ରାଇରଙ୍ଗପୁର:ଅଣ୍ଟା ବ୍ୟଥା ହେଉଥିବା କହିବାରୁ ଦେଇଦେଲେ ଭୁଲ ଇଞ୍ଜେକ୍ସନ । ଫଳରେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି ରୋଗୀଜଣଙ୍କ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅଞ୍ଚଳରେ । ମହୁଲଡିହା ଗ୍ରାମର ଶ୍ରୀକାନ୍ତ ମହାନ୍ତ ନାମକ ଜଣେ ବ୍ୟକ୍ତିଙ୍କର ଅଣ୍ଟା ବ୍ୟଥା ହେଉ ଥିଲା । ଠକ ଚିକିତ୍ସକ କାହାର ଅଣ୍ଟା ବ୍ୟଥା ଆଉ କଣ ସମସ୍ୟା ଅଛି ବୋଲି ପଚାରିବା ସହ ଠାକୁରମୁଣ୍ଡା ଡାକ୍ତରଖାନାରୁ ଆସିଥିବା କହିଥିଲେ ।
ଏହାପରେ ଶ୍ରୀକାନ୍ତଙ୍କ ପତ୍ନୀ ତାଙ୍କୁ ଘରକୁ ଡାକି ନେଇଥିଲେ । ଠକ ଚିକିତ୍ସକ ବିଶ୍ୱନାଥ ବେହେରା ଶ୍ରୀକାନ୍ତଙ୍କ ଶରୀରକୁ ପ୍ରଥମେ ଚେକ୍ କରି ୩ଟି ଇଞ୍ଜେକ୍ସନ ଦେଇଥିଲେ । ଇଞ୍ଜେକ୍ସନ ଦେବା ପରେ ଟଙ୍କା ମାଗିବାରୁ ଶ୍ରୀକାନ୍ତଙ୍କ ପତ୍ନୀ ପୁଅକୁ ଡକେଇଥିଲେ l ପୁଅ ଆସି ଦେଖିବା ବେଳକୁ ଇଞ୍ଜେକ୍ସନ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଜାଣିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ପୂର୍ବତନ ସମିତି ସଭ୍ୟଙ୍କୁ ଡାକି ଠକ ଚିକିତ୍ସକ ବିଶ୍ୱନାଥ ବେହେରାକୁ ଥାନାକୁ ନେଇଥିଲେ ।