ବାରିପଦା: ଗଣପର୍ବ ମକରକୁ ନେଇ ଉତ୍ସବମୁଖର ମୟୂରଭଞ୍ଜ। କୁଡୁମୀ ସମ୍ପ୍ରଦାୟର ଲୋକେ ମକରରେ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଦେବୀଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ମକରପର୍ବ ପାଇଁ ଉତ୍ସବମୁଖର କୁଡୁମୀ ସମ୍ପ୍ରଦାୟ: ଶେଷ ପର୍ଯ୍ୟାୟରେ ମୂର୍ତ୍ତୀ ନିର୍ମାଣ ଅନ୍ୟପଟେ ହାଟ ବଜାରରୁ ନୂଆ ଲୁଗା ସହ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଭିଡ ପରିଲକ୍ଷିତ ହୋଇଛି। ଏହି ପର୍ବରେ ସମସ୍ତେ ନୂଆ ଲୁଗା କିଣିବା ସହ ଘର କରଣା ଜିନିଷ, ସୁନା ଗହଣା, ନୂଆ ହାଣ୍ଡି କିଣିବା ପାଇଁ ହାଟ ବଜାରରେ ଲଗାଇଛନ୍ତି ଭିଡ଼।
ପରମ୍ପରା ଅନୁଯାୟୀ କୁଡୁମୀ ସମ୍ପ୍ରଦାୟର ଲୋକେ ମକର ଦିନ ଟୁସୁଦେବୀଙ୍କୁ ଆବାହନ କରି ପୂଜାର୍ଚ୍ଚନା କରିସାରିବା ପରେ ନଦୀରେ ବିସର୍ଜନ କରଥାନ୍ତି। ମୟୂରଭଞ୍ଜରେ ଯେ କେବଳ କୁଡୁମୀ ସମ୍ପ୍ରଦାୟର ଲୋକେ ମକର ପାଳନ କରନ୍ତି ତା’ନୁହେଁ, ଆଦିବାସୀ ଲୋକେ ମଧ୍ୟ ମକର ପର୍ବକୁ ଗଣପର୍ବ ଭାବେ ପାଳନ କରନ୍ତି। ଏନେଇ ମୟୂରଭଞ୍ଜର ପ୍ରମୁଖ ଦେବୀପୀଠରୁ ଆରମ୍ଭ କରି ଅନେକ ସ୍ଥାନରେ ମକର ମେଳା ଆୟୋଜିତ ହେବ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ