ଓଡିଶା

odisha

ETV Bharat / state

ଅଗ୍ନିକାଣ୍ଡରେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ରାସ୍ତାକଡ ଶୁଖିଲା ଘାସରେ ଲାଗିଥିବା ନିଆଁ ବ୍ୟାପି ଜଳିଗଲା ବାସଗୃହ । ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର । ଅଧିକ ପଢନ୍ତୁ...

By

Published : Mar 7, 2021, 9:42 PM IST

ଅଗ୍ନିକାଣ୍ଡରେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର
ଅଗ୍ନିକାଣ୍ଡରେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ରାଇରଙ୍ଗପୁର:ଅଗ୍ନିକାଣ୍ଡରେ ଜଳିଗଲା ବାସଗୃହ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ହଳଦା ଗ୍ରାମରେ ଘଟିଛି ଏହି ଅଘଟଣ । ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଘର ସମେତ ସମସ୍ତ ଜିନିଷପତ୍ର ପୋଡି ପାଉଁଶ ହୋଇଯାଇଛି । ରାସ୍ତାକଡରେ ଥିବା ଶୁଖିଲା ଘାସରେ କେହି ନିଆଁ ଲଗାଇଥିବାବେଳେ ଏହି ନିଆଁଟି ବ୍ୟାପି ଭକ୍ତ ମାଝିଙ୍କ ଘରେ ଲାଗିଥିବା ଜଣାପଡିଛି ।

ଅଗ୍ନିକାଣ୍ଡରେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ଅଗ୍ନିକାଣ୍ଡରେ ବାସଗୃହ ସମ୍ପୂର୍ଣ୍ଣ ଜଳିଯିବା ସହ ଘରେ ଥିବା ସମସ୍ତ ଆସବାବପତ୍ର, ଟଙ୍କା ପଇସା ଏବଂ ଘର ପାକରେ ଥିବା କୁଟାଗଦାଟି ମଧ୍ୟ ସମ୍ପୂର୍ଣ୍ଣ ଭସ୍ମ ହୋଇଯାଇଛି । ତେବେ ଘରେ ନିଆଁ ଲାଗିବା ମାତ୍ରେ ପରିବାର ଲୋକେ ଜାଣିପାରି ବାହାରକୁ ପଳାଇ ଆସିଥିବା ଯୋଗୁଁ ସମସ୍ତେ ବର୍ତ୍ତି ଯାଇଛନ୍ତି । ସେପଟେ ରାସ୍ତା କଡରେ ଶୁଖିଲା ଘାସରେ ନିଆଁ ଲାଗିଥିବା ଯୋଗୁଁ କୌଣସି ଏକ ବଡ ଦୁର୍ଘଟଣା ଘଟିବା ଆଶଙ୍କା କରି ଅଗ୍ନିଶମ ବିଭାଗ ପକ୍ଷରୁ କିଛି ସମୟ ପାଇଁ ଗାଡିମଟର ଚଳାଚଳ ବନ୍ଦ କରିଦିଆଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details