ବାରିପଦା:ଜଗତଜନଜୀ ଦୁର୍ଗତି ନାସିନୀ ଦେବୀ ମା ଦୁର୍ଗାଙ୍କ ଆଜି ମହାଷ୍ଟମୀ ପୂଜା । ମୟୂରଭଞ୍ଜ ଜିଲ୍ଲାରେ କୋଭିଡ-୧୯ ଗାଇଡ଼ ଲାଇନ ଅନୁଯାୟୀ କରଞ୍ଜିଆ, ରାଇରଙ୍ଗପୁର, ଉଦଳା, ବାରିପଦା ଉପଖଣ୍ଡରେ ଦେବୀ ମା ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା ଆରମ୍ଭ ହୋଇଛି । ବିନା ଭକ୍ତରେ ଚାଲିଛି ମା'ଙ୍କ ଆରାଧନା ।
ମୟୂରଭଞ୍ଜରେ ଦୁର୍ଗତି ନାସିନୀ ମା' ଦୁର୍ଗାଙ୍କ ମହାଷ୍ଟମୀ ପୂଜା - durga puja
କୋରୋନା କଟକଣାରେ ମୟୁରଭଞ୍ଜ ଜିଲ୍ଲାରେ ଚାଲିଛି ଦୁର୍ଗତି ନାସିନୀ ଦେବୀ ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା ।
ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଚିତ୍ରଡା ପୂଜା ପ୍ୟାଣ୍ଡେଲରେ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ପୂଜା ପ୍ୟାଣ୍ଡେଲରେ 7 ଜଣ କର୍ମକର୍ତ୍ତାଙ୍କୁ ପୂଜା ଚାଲିଛି । ଅନ୍ୟପକ୍ଷରେ ସାମାଜିକ ଦୁରୁତ୍ବ ବଜାୟ ରଖିବା ସହ ମୁହଁରେ ସମସ୍ତେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର କରୁଛନ୍ତି । ମହାଷ୍ଟମୀ ପୂଜା ପରମ୍ପରା ଅନୁଯାୟୀ ଦୁଇ ଥର ୧୦୮ ହୋମ ଯଜ୍ଞ କରାଯାଇ ମା' ଙ୍କୁ ଆବାହନ କରାଯିବା ସହ ସନ୍ଧି ପୂଜା କରାଯାଉଛି । ଭକ୍ତଙ୍କ ବିନା ପୂଜା ହେଉଥିବାରୁ ପୂଜା କମିଟିର କର୍ମକର୍ତ୍ତାମାନେ ଦୁଃଖ ପ୍ରକାଶ କରୁଛନ୍ତି । ସେପଟେ ଦୁର୍ଗତୀ ନାଶିନୀ ଦୁନିଆରୁ ମହାମାରୀର ବିନାଶ ହେଉ ବୋଲି ମଧ୍ୟ ପ୍ରାର୍ଥନା କରୁଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ