ବାରିପଦା: କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଏବେ ସାରା ଦେଶ ଲକଡାଉନ। ଏଭଳି ସ୍ଥିତିରେ ସମସ୍ତ ଜନସାଧାରଣ ଘରେ ରହୁଥିବା ବେଳେ ଭୋକ ଉପାସରେ ବାହାରେ ବୁଲୁଛନ୍ତି ପଶୁପକ୍ଷୀ ଓ ଅସହାୟ ବ୍ୟକ୍ତି । ଯେଉଁଠି ଏହି ଅସହାୟଙ୍କ ଦରଦୀ ବନ୍ଧୁ ସାଜିଛନ୍ତି ମୟୁରଭଞ୍ଜ ଜିଲ୍ଲାରେ ରହୁଥିବା ମଧୁସୂଦନଙ୍କ ପରିବାର । ଆଜିର ଦୁନିଆରେ ବି ମାନବିକତା ବଞ୍ଚି ରହିଥିବା ଦେଖୁବାକୁ ମିଳିଛି ।
ଲକଡାଉନ ସମୟରେ ଅସହାୟଙ୍କ ଦରଦୀ ବନ୍ଧୁ ସାଜିଲେ ମଧୁସୂଦନଙ୍କ ପରିବାର - ଦରଦୀ ବନ୍ଧୁ ସାଜିଲେ ମଧୁସୂଦନ
କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଏବେ ସାରା ଦେଶ ଲକଡାଉନ । କିନ୍ତୁ ଏଭଳି ସ୍ଥିତିରେ ଅସହାୟଙ୍କ ଦରଦୀ ବନ୍ଧୁ ସାଜିଛନ୍ତି ମୟୁରଭଞ୍ଜ ଜିଲ୍ଲାରେ ରହୁଥିବା ମଧୁସୂଦନଙ୍କ ପରିବାର । ଅଧିକ ପଢନ୍ତୁ...
![ଲକଡାଉନ ସମୟରେ ଅସହାୟଙ୍କ ଦରଦୀ ବନ୍ଧୁ ସାଜିଲେ ମଧୁସୂଦନଙ୍କ ପରିବାର Madhusudan's family made food for the helpless during the lockdown](https://etvbharatimages.akamaized.net/etvbharat/prod-images/768-512-6595401-thumbnail-3x2-madhusudan.jpg)
ଲକଡାଉନ ମସୟରେ ଅସହାୟଙ୍କ ଦରଦୀ ବନ୍ଧୁ ସାଜିଲେ ମଧୁସୂଦନଙ୍କ ପରିବାର
ଲକଡାଉନ ମସୟରେ ଅସହାୟଙ୍କ ଦରଦୀ ବନ୍ଧୁ ସାଜିଲେ ମଧୁସୂଦନଙ୍କ ପରିବାର
ଉଦଳା ଉପଖଣ୍ଡର ଅଣଗାଁ ଗ୍ରାମର ମଧୁସୂଦନ ବେହେରାଙ୍କ ପରିବାର ଲୋକେ ଏକ ଟ୍ରାକ୍ଟରରେ ବୁଲା ଗାଈ ଗୋରୁ କୁକୁର ସହ ରାସ୍ତା କଡର ଭିକାରୀ ମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଧରି ବୁଲି ବୁଲି ବାଣ୍ଟୁ ଥୁବା ଦେଖିବାକୁ ମିଳିଛି। ବୁଲା ଗୋରୁଗାଈ , କୁକୁରଙ୍କ ପାଇଁ ଭାତ , କୁଣ୍ଡା , ଘାସ ସହିତ ପକ୍ଷୀଙ୍କ ପାଇଁ ବିସ୍କୁଟ , ଗହମ ଆଦି ରଖିଥିବା ବେଳେ ଅସହାୟ ବ୍ୟକ୍ତିଙ୍କ ପାଇଁ ଭାତ , ଡାଲି , ତରକାରୀ ଧରି ବାହାରିଛନ୍ତି ପରିବାର ସଦସ୍ୟ । ଦୁଖଃ ସମୟରେ ମଧୁସୂଦନ ପରିବାରଙ୍କ ଏ ଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରସଂଶାର ସୁଅ ଛୁଟିଛି।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ