ରାଇରଙ୍ଗପୁର: ଖୋଲିଲା ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ "ମା କୀଚକେଶ୍ବରୀ" ମନ୍ଦିର । ଦୀର୍ଘ 9 ମାସ ପରେ ମା'ଙ୍କ ଦର୍ଶନ ପାଇ ଉକ୍ତମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ମା' ଙ୍କ ଦର୍ଶନ ଏବଂ ମନ୍ଦିରରେ ପ୍ରବେଶ କୁ ନେଇ କୋଭିଡ୍ କଟକଣା ର ସମସ୍ତ ନିୟମ ପାଳନ କରାଯାଇଛି ।
ଖୋଲିଲା ମା କୀଚକେଶ୍ବରୀ ମନ୍ଦିର, ଉତ୍ସାହିତ ଭକ୍ତ - ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ
ଖୋଲିଲା ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଦ ଶକ୍ତିପୀଠ "ମା କୀଚକେଶ୍ବରୀ" ମନ୍ଦିର । ଦୀର୍ଘ 9 ମାସ ପରେ ମା'ଙ୍କ ଦର୍ଶନ ପାଇ ଉକ୍ତମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
![ଖୋଲିଲା ମା କୀଚକେଶ୍ବରୀ ମନ୍ଦିର, ଉତ୍ସାହିତ ଭକ୍ତ ଖୋଲିଲା ମା କୀଚକେଶ୍ବରୀ ମନ୍ଦିର, ଉତ୍ସାହିତ ଭକ୍ତ](https://etvbharatimages.akamaized.net/etvbharat/prod-images/768-512-10134259-thumbnail-3x2-temple.jpg)
ଖୋଲିଲା ମା କୀଚକେଶ୍ବରୀ ମନ୍ଦିର, ଉତ୍ସାହିତ ଭକ୍ତ
ଖୋଲିଲା ମା କୀଚକେଶ୍ବରୀ ମନ୍ଦିର, ଉତ୍ସାହିତ ଭକ୍ତ
ସେପଟେ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହ ସାନିଟାଇଜ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ମା' ଙ୍କ ମନ୍ଦିର ଖୋଲିବା ସମୟରେ କରଞ୍ଜିଆ ଉପଜିଲ୍ଲାପାଳ ରଜନୀକାନ୍ତ ବିଶ୍ବାଳ ଉପସ୍ଥିତ ରହି ମା' ଙ୍କ ଦର୍ଶନ ଲାଭ କରିଥିଲେ। ଦୀର୍ଘ ଦିନ ପରେ ମା'ଙ୍କ ସାନିଧ୍ୟ ଲାଭ କରି ଥିବାରୁ ଭକ୍ତଙ୍କ ମନରେ ଖୁସିର ଲହରି ଖେଳି ଯାଇଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ