ଓଡିଶା

odisha

ETV Bharat / state

କୋଭିଡ କଟକଣାରେ ମୟୂରଭଞ୍ଜରେ ମା' ଦୁର୍ଗାଙ୍କ ନବମୀ ପୂଜା ଅନୁଷ୍ଠିତ - Maa Durga navami puja

ମୟୂରଭଞ୍ଜରେ ଜଗତଜନଜୀ ମା' ଦୁର୍ଗାଙ୍କ ନବମୀ ପୂଜା ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି। ଜିଲ୍ଲାରେ କୋଭିଡ-୧୯ ଗାଇଡ଼ଲାଇନ ଅନୁଯାୟୀ, କରଞ୍ଜିଆ, ରାଇରଙ୍ଗପୁର, ଉଦଳା, ବାରିପଦା ଉପଖଣ୍ଡରେ ଦେବୀ ମା' ଦୁର୍ଗାଙ୍କ ନବମୀ ପୂଜା ଅନୁଷ୍ଠିତ ହୋଇଛି ।

Maa Durga navami puja
କୋଭିଡ କଟକଣାରେ ଦୁର୍ଗାଙ୍କ ନବମୀ ପୂଜା

By

Published : Oct 25, 2020, 8:10 PM IST

ବାରିପଦା: କୋରୋନା କଟକଣାରେ ମୟୂରଭଞ୍ଜ ଜିଲ୍ଲାରେ ଚାଲିଛି ଦୁର୍ଗତି ନାସିନୀ ଦେବୀ ମା' ଦୁର୍ଗାଙ୍କ ନବମୀ ପୂଜା । ମୟୂରଭଞ୍ଜରେ ଜଗତଜନଜୀ ମା' ଦୁର୍ଗାଙ୍କ ନବମୀ ପୂଜା ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି।

ଜିଲ୍ଲାରେ କୋଭିଡ-୧୯ ଗାଇଡ଼ଲାଇନ ଅନୁଯାୟୀ, କରଞ୍ଜିଆ, ରାଇରଙ୍ଗପୁର, ଉଦଳା, ବାରିପଦା ଉପଖଣ୍ଡରେ ଦେବୀ ମା' ଦୁର୍ଗାଙ୍କ ନବମୀ ପୂଜା ଅନୁଷ୍ଠିତ ହୋଇଛି । ବାରିପଦା ସହରରେ ୨୬ ଟି ଦୁର୍ଗାପୂଜା ମଣ୍ଡପରେ ବିନା ଭକ୍ତରେ ଚାଲିଛି ମା'ଙ୍କ ଆରାଧନା ।

କୋଭିଡ କଟକଣାରେ ଦୁର୍ଗାଙ୍କ ନବମୀ ପୂଜା

ଦୁର୍ଗାପୂଜା ନବମୀ ପୂଜା ପରମ୍ପରା ଅନୁଯାୟୀ, ପୂଜା ମଣ୍ଡପ ଗୁଡିକରେ ବିନା ଭକ୍ତରେ ଯଜ୍ଞ, ହୋମ ,୧୦୮ ଦୁର୍ଗା ସ୍ତୁତି ସହ ପୂଜା ଅନୁଷ୍ଠିତ ହୋଇଛି। ପୂଜା ମଣ୍ଡପ ସହ ବାରିପଦା ସହରରେ ଥିବା ମା' ଅମ୍ବିକା ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି।

ମୟୁରଭଞ୍ଜ ପୋଲିସ ଓ ପ୍ରଶାସନ ପକ୍ଷରୁ ପୂଜା ମଣ୍ଡପ ଗୁଡିକରେ ଭକ୍ତଙ୍କ ପ୍ରବେଶ ଉପରେ ନଜର ରଖିବା ସହ ସ୍ବତନ୍ତ୍ର ପୋଲିସ ଫୋର୍ସ ମୁତୟନ କରାଯାଇଛି। ମୟୂରଭଞ୍ଜ ଏସପି, ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି ତଦାରଖ କରୁଥିବା ଦେଖିବାକୁ ମିଳିଛି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details