ରାଇରଙ୍ଗପୁର: ଜଗତଜନନୀ ମା ଦୁର୍ଗାଙ୍କ ମହାସପ୍ତମୀ ପୂଜା । ସକାଳୁ ରାଇରଙ୍ଗପୁର ସ୍ଥିତ ଖଡଖାଇ ନଦୀରୁ ଘଟ ଉତ୍ତୋଳନ କରାଯାଇ ସହରର ବିଭିନ୍ନ ପୂଜା ମଣ୍ଡପରେ ନିରାଡ଼ମ୍ବର ଭାବେ ମହାସପ୍ତମୀ ପୂଜା ଆରମ୍ଭ ହୋଇଥିଲା। କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ସାମାଜିକ ଦୁରତା ବଜାୟ ରଖିବା ସହିତ ଅଳ୍ପ କେତେକ ଲୋକଙ୍କୁ ନେଇ ମହାସପ୍ତମୀ ପୂଜା ସମାପନ ହୋଇଛି ।
ମୟୂରଭଞ୍ଜରେ ମହାସପ୍ତମୀ ପୂଜା ଅନୁଷ୍ଠିତ - mayurbhanj durga Puja
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ମା ଦୁର୍ଗାଙ୍କ ମହାସପ୍ତମୀ ପୂଜା ପାଳନ ହୋଇଛି । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାୟ ରଖିବା ସହିତ ଅଳ୍ପ କେତେକଙ୍କୁ ନେଇ ମହାସପ୍ତମୀ ପୂଜା ସମାପନ ହୋଇଛି । ଅଧିକ ପଢନ୍ତୁ...
ସକାଳୁ ଘଟ ଉତ୍ତୋଳନ ପରେ ମାଙ୍କ ପୂଜା ଆରମ୍ଭ ହେବା ସହିତ ଚକ୍ଷୁଦାନ, ପ୍ରାଣ ପ୍ରତିଷ୍ଠା, ହୋମ, ପୁଷ୍ପାଞ୍ଜଳି ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା । ମଧ୍ୟାହ୍ନ ସମୟରେ ମାଙ୍କୁ ଅନ୍ନଭୋଗ ଅର୍ପଣ କରା ଯାଇଥିଲା । କିନ୍ତୁ ଚଳିତ ବର୍ଷ ଭକ୍ତ ମାଙ୍କ ପ୍ରତ୍ୟକ୍ଷ ଦର୍ଶନ ଓ ଅନ୍ନଭୋଗ ପାଇବାରୁ ବଞ୍ଚିତ ରହିଛନ୍ତି । ସନ୍ଧ୍ୟା ସମୟରେ ମାଙ୍କ ଆଳତୀ ମଧ୍ୟ ସମ୍ପନ୍ନ ହୋଇଛି। ମହାସପ୍ତମୀ ପୂଜା ଅବସରରେ ମନ୍ତ୍ର ଧ୍ବନିରେ ଚଉଦିଗ ପ୍ରକମ୍ପିତ ହୋଇ ଉଠିଥିଲେ ମଧ୍ୟ କୋଭିଡ଼ କଟକଣା କାରଣରୁ ମହାସପ୍ତମୀ ପୂଜା ଦେଖି ପାରିନଥିଲେ ଭକ୍ତ । ଚଳିତ ବର୍ଷ ପୂଜା ମଣ୍ଡପଗୁଡିକରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିନଥିଲା । ଯେଉଁ କେତେକ ଭକ୍ତ ମାଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପକୁ ଆସୁଥିଲେ ସେମାନଙ୍କ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପୋଲିସ କର୍ମଚାରୀଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ଥ କରାଯାଇଥିଲା ।
ମୟୂରଭଞ୍ଜରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ