ରାଇରଙ୍ଗପୁର: ନିଆଁ ଲାଗି ଫାଟିଲା ଗ୍ୟାସ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ (NAC) ଅନ୍ତର୍ଗତ ୧୩ ନଂ ୱାର୍ଡରେ। ଏଥିରେ ପରିବାରର କେହି ମୃତାହତ ହୋଇନଥିବା ସମସ୍ତଙ୍କୁ ଆଶ୍ବସ୍ତି କରିଛି ।
ରୋଷେଇ ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପରିବାର - rairungpur news
ରାଇରଙ୍ଗପୁରରେ ରୋଷେଇ ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର । ଅଳ୍ପକେ ବର୍ତ୍ତିଲା ପରିବାର । ଅଧିକ ପଢନ୍ତୁ....
ମିଳିଥିବା ସୂଚନା ଅନୁସାରେ ୧୩ନଂ ୱାର୍ଡ ଦେଓ କଲୋନୀରେ ଏକ ଭଡା ଘରେ ରହୁଥିବା ଗୋଟିଏ ପରିବାର ରୋଷେଇ କରୁଥିବା ସମୟରେ ହଠାତ୍ କୌଣସି କାରଣ ବଶତଃ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଯାଇଥିଲା। ପରିବାର ଲୋକେ ତୁରନ୍ତ ଜ୍ବଳନ୍ତା ଗ୍ୟାସ ସିଲିଣ୍ଡରଟିକୁ ରୋଷେଇ ଘରୁ କାଢିନେଇ ବାଡ଼ିପଟେ ଫିଙ୍ଗି ଦେବାରେ ସକ୍ଷମ ହୋଇଥିଲେ । ତେବେ ଫିଙ୍ଗି ଦେବାର କିଛି ସମୟ ମଧ୍ୟରେ ପ୍ରଚଣ୍ଡ ଶବ୍ଦ ସହ ଗ୍ୟାସ ସିଲିଣ୍ଡରଟି ବିସ୍ଫୋରଣ ହୋଇଥିଲା । ନିଆଁ ଲାଗିଥିବାବେଳେ ସାହସର ସହ ସିଲିଣ୍ଡରଟିକୁ ବାହାରକୁ ଫିଙ୍ଗିବାରେ ସକ୍ଷମ ହେବା ଯୋଗୁ ଏକ ବଡ ଦୁର୍ଘଟଣାରୁ ପରିବାରଟି ଅଳ୍ପକେ ବର୍ତ୍ତି ଯିବାରେ ସମ୍ଭବ ହୋଇଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ