ଓଡିଶା

odisha

ETV Bharat / state

ସ୍କୁଲକୁ ଯୋଗାଣ ହେଉଛି ପୋକରା ଚାଉଳ, ଗାଡିକୁ ଅଟକ ରଖିଲେ ଗ୍ରାମବାସୀ - ସ୍କୁଲକୁ ଯୋଗାଣ ହେଉଛି ପୋକରା ଚାଉଳ

ସ୍କୁଲକୁ ଯୋଗାଣ ହେଉଛି ପୋକରା ଚାଉଳ । ଚାଉଳ ଗାଡିକୁ ଅଟକ ରଖିଲେ ଗ୍ରାମବାସୀ । ମୟୂରଭଞ୍ଜରୁ ଆସିଛି ଏଭଳି ଅଭିଯୋଗ । ଅଧିକ ପଢନ୍ତୁ....

low quality rice supply to school for midday meal in mayurbhanj
ସ୍କୁଲକୁ ଯୋଗାଣ ହେଉଛି ପୋକରା ଚାଉଳ , ଚାଉଳ ଗାଡିକୁ ଅଟକ ରଖିଲେ ଗ୍ରାମବାସୀ

By

Published : Sep 29, 2020, 8:32 AM IST

ବାରିପଦା :ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ପୋକରl ଚାଉଳ l ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ବ୍ଲକରେ ଥିବା ଏମଡିଏମ ଚାଉଳ ଗୋଦାମରେ l ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ବିଭିନ୍ନ ଆଶ୍ରମ ସ୍କୁଲକୁ ଚାଉଳ ନେବା ପାଇଁ ସୋମବାର ଗାଡ଼ିରେ ଲୋଡ଼ ହେଉଥିଲା ଚାଉଳ ।

ସ୍କୁଲକୁ ଯୋଗାଣ ହେଉଛି ପୋକରା ଚାଉଳ , ଚାଉଳ ଗାଡିକୁ ଅଟକ ରଖିଲେ ଗ୍ରାମବାସୀ

ଏହି ସମୟରେ ସ୍ଥାନୀୟ ଲୋକେ ପୋକରା ଚାଉଳ ଯାଉଥିବl ଦେଖି ଥିଲେ l ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ଉଦଳା ବ୍ଲକର ଏମଡିଏମ ଚାଉଳ ଦାୟିତ୍ବରେ ଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଖବର ଦେଇଥିଲେ l

ଉଦଳା ବ୍ଲକର ଏମଡିଏମ ଚାଉଳ ଦାୟିତ୍ବରେ ଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏହା ପୁରୁଣା ଚାଉଳ ହୋଇଥିବାରୁ ପୋକ ଲାଗିବା କଥାକୁ ସ୍ବୀକାର କରିଥିଲେ । ସ୍କୁଲକୁ ଯାଉଥିବା ଚାଉଳକୁ ପୁଣି ଗୋଦାମରେ ରଖାଯିବ ସହ ଭଲ ଚାଉଳ ଦିଆଯିବ ବୋଲି କହିଥିଲେ l ତେବେ ଏମଡିଏମ ଚାଉଳ ଯୋଗାଉଥିବା ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details