ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ପିଛା ଛାଡ଼ୁନି ବିବାଦ । ଯାହା ଫଳରେ ଖାଁ ଖାଁ ହୋଇ ପଡିଛି ଚିକିତ୍ସାଳୟ । ନା ଡାକ୍ତର ଅଛନ୍ତି ନା ରୋଗୀ । ଏଭଳି ଅପ୍ରୀତିକର ପରିସ୍ଥିତିରେ ଚାଲିଛି ଚିକିତ୍ସାଳୟ ।
ଗତ ସମବାର ଏକ ମହିଳା ରୋଗୀର ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା । ମାମଲା ଥାନାକୁ ଯିବା ପରେ 2 ଜଣ ଡାକ୍ତର ଛୁଟିରେ ଯାଇଥିଲେ । ପରେ ଅନ୍ୟ 5 ଜଣ ଡାକ୍ତର ମଧ୍ୟ ଡାକ୍ତରଖାନା ଛାଡି ନିଜ ସମସ୍ୟା ବାବଦରେ ଜଣାଇବା ପାଇଁ ବାରିପଦା ସିଡିଏମଓଙ୍କ ନିକଟକୁ ଯାଇଥିଲେ । ସେପଟେ ଡାକ୍ତର ନଥିବା ଜାଣି ନିରାଶ ହୋଇ ଫେରି ଯାଉଛନ୍ତି ରୋଗୀ । ଏପରିକି ବାହାରୁ ଆସୁଥିବା କିଛି ରୋଗୀଙ୍କୁ ଚିକିତ୍ସା ପାଇଁ ବାହାରକୁ ପଠାଇଦିଆଯାଉଛି ।