ଓଡିଶା

odisha

ETV Bharat / state

ରାଇରଙ୍ଗପୁରରେ ପୁଣି ଲୁଟେରା ଗ୍ୟାଙ୍ଗ ସକ୍ରିୟ, ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଲୁଟ - looters-looted-40-thousand

ରାଇରଙ୍ଗପୁର ସହରରେ ପୁଣି ଲୁଟେରା ଗ୍ୟାଙ୍ଗ ସକ୍ରିୟ । ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଲୁଟି ନେଲେ ନଗଦ ୪୦ ହଜାର ଟଙ୍କା । ଅଧିକ ପଢନ୍ତୁ...

looters-looted-40-thousand from a teacher in Rairangpur
ରାଇରଙ୍ଗପୁର ସହରରେ ପୁଣି ଲୁଟେରା ଗ୍ୟାଙ୍ଗ ସକ୍ରିୟ, ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଲୁଟ

By

Published : Nov 18, 2020, 6:47 PM IST

ରାଇରଙ୍ଗପୁର: ରାଇରଙ୍ଗପୁର ସହରରେ ପୁଣି ଲୁଟେରା ଗ୍ୟାଙ୍ଗ ସକ୍ରିୟ । ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଲୁଟି ନେଲେ ନଗଦ ୪୦ ହଜାର ଟଙ୍କା । ଦିନ ୧୧ ଟା ସମୟରେ ରାଇରଙ୍ଗପୁର ସିଭିଲ କୋର୍ଟ ସମ୍ମୁଖରୁ ଲୁଟ କଲେ ଲୁଟେରା ।

ରାଇରଙ୍ଗପୁର ସହରରେ ପୁଣି ଲୁଟେରା ଗ୍ୟାଙ୍ଗ ସକ୍ରିୟ, ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଲୁଟ

ଗୋରୁମହିଷାଣି ଥାନା ଅନ୍ତର୍ଗତ ବଡମୌଦା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ଦାସ ରାଇରଙ୍ଗପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ନଗଦ ୪୦ ହଜାର ଟଙ୍କା ଉଠାଇ ଚାଲିଚାଲି ସିଭିଲ କୋର୍ଟ ବାଟ ଦେଇ ବସଷ୍ଟାଣ୍ଡକୁ ଯାଉଥିଲେ । ସିଭିଲ କୋର୍ଟ ସମ୍ମୁଖରେ ବିପରୀତ ଦିଗରୁ ଏକ ବାଇକ ଯୋଗେ ଦୁଇ ଜଣ ଲୁଟେରା ୪୦ ହଜାର ଟଙ୍କା ଥିବା ଥଳିଟିକୁ ତାଙ୍କ ହାତରୁ ଲୁଟ କରି ଦୃତ ଗତିରେ ପଳାଇ ଯାଇଥିଲେ ।

ଏନେଇ ଅବସରପ୍ରାପ୍ତ ଶିକ୍ଷକ ଜଣକ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । ତେବେ କିଛି ଦିନ ପୂର୍ବରୁ ଗତ ତା୦୪/୧୧/୨୦୨୦ରିଖ ସନ୍ଧ୍ୟା ୭.୦୦ ସମୟରେ ରାଇରଙ୍ଗପୁର ସହରର ସୁନା ଗହଣା ବ୍ୟବସାୟୀ ଭବରଞ୍ଜନ ପରିଡ଼ାଙ୍କ ବାସଭବନ ସମ୍ମୁଖରୁ ଦୁଇ ଜଣ ଲୁଟେରା ଏକ ବାଇକ ଯୋଗେ ଆସି ନଗଦ ୬୦ ହଜାର ଟଙ୍କା ଥିବା ବ୍ୟାଗଟିକୁ ଲୁଟ କରି ଖସି ପଳାଇଯାଇଥିଲେ ।

ତେବେ ରାଇରଙ୍ଗପୁର ସହରରେ ପୋଲିସ ପେଟ୍ରୋଲିଂ କରୁଥିଲେ ମଧ୍ୟ ଲୁଟେରାମାନେ ପୋଲିସକୁ ଚ୍ୟାଲେଞ୍ଜ କରି ଲୁଟ କରିବାରେ ସଫଳ ହେଉଛନ୍ତି । ଏଇ ବାଇକ ଯୋଗେ ଲୁଟ କରୁଥିବା ଲୁଟେରା ଗ୍ୟାଙ୍ଗକୁ ଯଥାଶୀଘ୍ର ଗିରଫ କରିବା ପାଇଁ ସାଧାରଣରେ ଦାବି ହେଉଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details