ଓଡିଶା

odisha

ETV Bharat / state

ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିଲେ ଦୁର୍ବୁତ୍ତ, ସିସିଟିଭି ଆଧାରରେ ଯାଞ୍ଚ କରୁଛି ପୋଲିସ - loot

ସ୍ପଷ୍ଟ ଦିବାଲୋକରେ ଚାଲିଛି ଲୁଟ । ପରିବା ହାଟ ପାଖରୁ ବାଇକ ଡିକି ଭାଙ୍ଗି୨ ଲକ୍ଷ ୬୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Jul 15, 2019, 10:01 PM IST

ବାରିପଦା: ବାଇକ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ କୃଷକ ବଜାର ନିକଟରେ । ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ଜଣେ ଶିକ୍ଷକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନାମୁତାବକ, ଶିକ୍ଷକ ଜଣଙ୍କ ହେଲେ ସୁଶୀଲ କୁମାର ପୃଷ୍ଟି । ସେ ଭୁଡୁରୁବଣି ଅଞ୍ଚଳରେ ବାସକରନ୍ତି । ସେ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯିବା ବାଟରେ ହାଟରୁ ପରିବା କିଣୁଥୁବା ବେଳେ ତାଙ୍କ ବାଇକ ଡିକି ଭାଙ୍ଗି ୨ ଲକ୍ଷ ୬୫ ହଜାର ଟଙ୍କା ଦୁର୍ବୁତ୍ତମାନେ ଲୁଟିନେଇଥିଲେ ।

ଖବରପାଇ ଉଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିୟନ୍ତ୍ରୀତ ବଜାର କମିଟିରେ ଲାଗିଥୁବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଛି ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details