ବାରିପଦା: ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ଲୁଟେରା ରାଜ । ସୋମବାର ରାତ୍ରିରେ ବାରିପଦା- ଦେଉଳି ରୋଡ କ୍ଷେତ୍ରପାଟଣା ଛକ ସ୍ଥିତ ଦେବକୀ ଟ୍ରେଡର୍ସ ମାଲିକଙ୍କ ଠାରୁ ତିନି ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ 70 ହଜାର ଟଙ୍କା ଲୁଟି ନେଇଛନ୍ତି । ମାଲିକ ଜଣକ ବାରିପଦା ସହରର ଶମ୍ଭୁଦେବ ଖଣ୍ଡେଲଓ୍ବାଲା । ଦୁର୍ବୃତ୍ତଙ୍କ ଆକ୍ରମଣରେ ବ୍ୟକ୍ତି ଜଣକ ଆହତ ହୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି । ଅନ୍ୟପଟେ ପୋଲିସ ଯଥାଶୀଘ୍ର ଏହି ଲୁଟେରାଙ୍କୁ ଧରିବାକୁ ଜୋରଦାର ତଦନ୍ତ ଆରମ୍ଭ କରିଛି ।
ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠୁ ୭୦ ହଜାର ଲୁଟ, ପୋଲିସର ତନାଘନା ଜାରି - ମୟୂରଭଞ୍ଜରେ ବ୍ୟବସାୟୀଙ୍କୁ ଲୁଟ
ମୟୂରଭଞ୍ଜ ଜିଲ୍ଲାରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ 70 ହଜାର ଟଙ୍କା ଲୁଟ । ଲୁଟେରାଙ୍କ ଆକ୍ରମଣରେ ଗୁରୁତର ବ୍ୟବସାୟୀ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...
![ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠୁ ୭୦ ହଜାର ଲୁଟ, ପୋଲିସର ତନାଘନା ଜାରି ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠୁ ୭୦ ହଜାର ଲୁଟ, ପୋଲିସର ତନାଘନା ଜାରି](https://etvbharatimages.akamaized.net/etvbharat/prod-images/768-512-9808092-thumbnail-3x2-myj.jpg)
ସୂଚନାଯୋଗ୍ୟ, ଗତକାଲି(ସୋମବାର) ରାତି ପ୍ରାୟ 9 ଟା ସମୟରେ ଶମ୍ଭୁଦେବ ନିଜ ରଡ଼-ସିମେଣ୍ଟ ଗୋଦାମ ବନ୍ଦ କରି ଚାରି ଚକିଆ ଗାଡିରେ ଘରକୁ ଫେରୁଥିବା ସମୟରେ ତିନି ଜଣ ଦୁର୍ବୃତ୍ତ ମୁହଁରେ କପଡା ବାନ୍ଧି ବନ୍ଧୁକ ଦେଖାଇ ତାଙ୍କ ଠାରୁ 70 ହଜାର ଟଙ୍କା ଲୁଟି ନେଇଥିଲେ । ଏହି ସମୟରେ ବ୍ୟକ୍ତି ଜଣକ ଉପରେ ମଧ୍ୟ ସେମାନେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଶମ୍ଭୁଦେବଙ୍କୁ ଚିକିତ୍ସା ପାଇଁ ବାରିପଦାର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଛି । ଖବର ପାଇ ବାରିପଦା ଟାଉନ ଥାନା ପୋଲିସ ଘଟଣଆସ୍ଥଳେ ପହଞ୍ଚି ତନାଘନା କରିବା ସହ ଗୋଦାମ ସିସିଟିଭି ଫୁଟେଜ ଜରିଆରେ ଲୁଟେରାଙ୍କୁ ଖୋଜିବାର ଚେଷ୍ଟା ଚଳାଇଛି । ତେବେ ମୟୂରଭଞ୍ଜ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତମାନେ ଏକ ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ 10 ରୁ ଉର୍ଦ୍ଧ୍ବ ଲୁଟ ଘଟାଇଲେଣି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ