ଓଡିଶା

odisha

ETV Bharat / state

ଭୁଜାଲି ଦେଖାଇ ସୁନା ଦୋକାନରୁ ଲୁଟ ଉଦ୍ୟମ, ପୋଲିସର ତଦନ୍ତ ଜାରି

ଜଶିପୁର ଥାନା ଅନ୍ତର୍ଗତ ଭଞ୍ଜକିଆ ବଜାରରେ ଭୁଜାଲି ସାହାଯ୍ୟରେ ଆକ୍ରମଣ କରି ଗହଣା ବ୍ୟବସାୟୀଙ୍କ ଠାରୁ ଲୁଟ ଉଦ୍ୟମ । ଚମ୍ପଟ ମାରିବାକୁ ବ୍ଲାଙ୍କ ଫାୟାର କଲେ ଦୁର୍ବୃତ୍ତ। ଅଧିକ ପଢନ୍ତୁ...

By

Published : Mar 14, 2021, 12:17 PM IST

ଭୁଜାଲି ଦେଖାଇ ସୁନା ଦୋକାନରୁ ଲୁଟ ଉଦ୍ୟମ, ପୋଲିସର ତଦନ୍ତ ଜାରି
ଭୁଜାଲି ଦେଖାଇ ସୁନା ଦୋକାନରୁ ଲୁଟ ଉଦ୍ୟମ, ପୋଲିସର ତଦନ୍ତ ଜାରି

ରାଇରଙ୍ଗପୁର: ଭୁଜାଲି ସାହାଯ୍ୟରେ ଆକ୍ରମଣ କରି ଗହଣା ବ୍ୟବସାୟୀଙ୍କ ଠାରୁ ଲୁଟ ଉଦ୍ୟମ । ଚମ୍ପଟ ମାରିବାକୁ ବ୍ଲାଙ୍କ ଫାୟାର କଲେ ଦୁର୍ବୃତ୍ତ। ଏପରି ଏକ ଲୁଟ ଉଦ୍ୟମ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ଅନ୍ତର୍ଗତ ଭଞ୍ଜକିଆ ବଜାରରେ।

ଭୁଜାଲି ଦେଖାଇ ସୁନା ଦୋକାନରୁ ଲୁଟ ଉଦ୍ୟମ, ପୋଲିସର ତଦନ୍ତ ଜାରି

ସୂଚନା ମୁତାବକ, ଭଞ୍ଜକିଆ ବଜାରରେ ସାହୁ ଜୁଏଲାରୀ ନାମକ ଗହଣା ଦୋକାନ କରିଥିବା ମୋତିଲାଲ ସାହୁଙ୍କ ଦୋକାନ ମଧ୍ୟରୁ ଲୁଟ ଉଦ୍ୟମ ହୋଇଛି। ତେବେ ଜଶିପୁର ପୋଲିସ ପାଖରୁ ମିଳିଥିବା ସୂଚନା ଅନୁଯାୟୀ, ଲୁଟ କରିବା ପାଇଁ 3 ଜଣ ଦୁର୍ବୃତ୍ତ ଉକ୍ତ ଗହଣା ଦୋକାନକୁ ଆସିଥିଲେ। ଗହଣା ଦୋକାନର ମାଲିକ ମୋତିଲାଲ ସାହୁଙ୍କ ସହିତ ଯୁକ୍ତିତର୍କ ମଧ୍ୟ କରିଥିଲେ। ଯୁକ୍ତିତର୍କ ଚାଲିଥିବା ସମୟରେ ଜଣେ ଦୁର୍ବୃତ୍ତ ମୋତିଲାଲ ସାହୁଙ୍କୁ ଭୁଜାଲି ଦ୍ବାରା ଆକ୍ରମଣ କରିଥିଲେ। ତେବେ ପାଖରେ ଠିଆ ହୋଇଥିବା ଜଣେ ଗ୍ରାହକ ଏଥିରେ ବାଧା ଦେବାରୁ ଗ୍ରାହକଙ୍କ ହାତକୁ ଭୁଜାଲିରେ ହାଣି ପକାଇଥିଲେ। ସେହି ସମୟରେ ଅନ୍ୟଜଣେ ଦୁର୍ବୃତ୍ତ ଦୋକାନୀଙ୍କ ମୁଣ୍ଡକୁ ମଧ୍ୟ ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ ଉଭୟ ଦୋକାନୀ ଓ ଗ୍ରାହକ ଦୁହେଁ ରକ୍ତାକ୍ତ ହୋଇ ଯାଇଥିଲେ।



ଏହା ଦେଖି ପାଖରେ ଥିବା କିଛି ଲୋକ ଦୋକାନ ନିକଟକୁ ଆସିଯିବାରୁ ଦୁର୍ବୃତ୍ତ ମାନେ ଦୋକାନ ବାହାରକୁ ଯାଇ ବ୍ଲାଙ୍କ ଫାୟାର କରି ଚମ୍ପଟ ମାରିଥିଲେ। ଖବରପାଇ ଘଟଣାସ୍ଥଳରେ ଜଶିପୁର ପୋଲିସ ପହଞ୍ଚି ଆଖପାଖ ଦୋକାନ ଗୁଡ଼ିକର ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details