ମୟୁରଭଞ୍ଜ: କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଜାରି ରହିଛି ଲକଡାଉ । ସମସ୍ତଙ୍କୁ ଘରେ ରହିବାକୁ ସରକୀର ଦେଉଛନ୍ତି ପରାମର୍ଶ । ଏଭଳି ସ୍ଥିତିରେ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଥିବା କିଛି ଗାଁର ସ୍ଥିତି ପରଖିଛି ଇଟିଭି ଭାରତ ।
ଲକଡାଉନ: ଗାଁ ମୁଣ୍ଡରେ ବାଉଁସ ବାଡ କଲେ ଆଦିବାସୀ
ଲକଡାଉନ ମଧ୍ୟରେ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଥିବା କିଛି ଗାଁର ସ୍ଥିତି ପରଖିଛି ଇଟିଭି ଭାରତ। ଅଧିକ ପଢ଼ନ୍ତୁ...
ସମଗ୍ର ବିଶ୍ବରେ କାୟା ବିସ୍ତାର କରିଚାଲିଛି ମାରାତ୍ମକ କୋରୋ ଭାଇରସ । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ତେଣୁ ସମଗ୍ର ଦେଶରେ ହୋ ଦେଶକୁ ବନ୍ଦ ରଖାଯାଇଛି । ଆଉ ଏହି ବନ୍ଦକୁ କଡାକଡି ଭାବେ ପାଳନ କରୁଛନ୍ତି ମୟୁରଭଞ୍ଜର ଆଦିବାସୀ ସମ୍ପ୍ରଦାୟ । ସଚେତନ ରହିବା ସହ ଗାଁରୁ ବାହାରକୁ ଯାଉନାହାନ୍ତି । ଜିଲ୍ଲା ମୋରଡ଼ା ବ୍ଲକର ଆଦିବାସୀ ଗାଁ ତାଡ଼କି, ସୁନାହଜା ସହ ଅନେକ ଆଦିବାସୀ ଗାଁ ଯୁବକ ମାନେ ଗାଁ ମୁଣ୍ଡରେ ବାଡ ଦେଇ ଗାଁକୁ ସିଲ କରିଛନ୍ତି । ଗାଁକୁ ଅନ୍ୟ ଗାଁ ଲୋକଙ୍କ ପ୍ରବେଶରେ କଟକଣା ଲଗାଇବା ସହ ଜରୁରୀ କାମ ନ ଥିଲେ ନିଜ ଗାଁ ରୁ ମଧ୍ୟ କାହାକୁ ବାହାରକୁ ଛାଡୁ ନାହାନ୍ତି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ