ରାଇରଙ୍ଗପୁର: ମହାମାରୀ କୋରୋନାର ଆତଙ୍କରେ ସମଗ୍ର ଦେଶ ଲକଡାଉନ ରହିଥିବା ବେଳେ ରାଇରଙ୍ଗପୁରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସରକାରଙ୍କ ଲକଡାଉନ ଘୋଷଣାକୁ ଜିଲ୍ଲା ପ୍ରଶାସନ କଡାକଡି ଭାବେ ପାଳନ କରୁଛନ୍ତି । ଏପରି ସ୍ଥିତିରେ ମୟୂରଭଞ୍ଜ ଶାଖା ପକ୍ଷରୁ ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀଙ୍କ ପ୍ରଶଂସନୀୟ କାର୍ଯ୍ୟ କରୁଛ୍ତି ।
ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି ରାଇରଙ୍ଗପୁର ସହରର ବିଭିନ୍ନ ପୋଲିସ ଚେକ୍ ପୋଷ୍ଟ ଗୁଡ଼ିକରେ ନିୟୋଜିତ ପୋଲିସ କର୍ମଚାରୀଙ୍କୁ ଲେମ୍ବୁ ସରବତ, ଗ୍ଲୁକୋଜ ପାଣି ଓ ଓଆରଏସ ପ୍ରଭୃତି ବଣ୍ଟନ କରୁଛନ୍ତି । ଏଥି ସହିତ ପୋଲିସ ସ୍ଟୋପ୍ ବୋର୍ଡ଼, ପୋଲିସ ଲାଠି ଓ ହାତରେ ବିଶୋଧକ ସ୍ପ୍ରେ କରି କୀଟାଣୁ ମୁକ୍ତ କରୁଛନ୍ତି ।