ଓଡିଶା

odisha

ETV Bharat / state

ଗରିବ ଓ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ 'ହେଲ୍ପିଂ ଫ୍ୟାମିଲି' - mayurbhanj news

ଲକଡାଉନ ସମୟରେ ଅସହାୟ ଓ ଗରିବ ଖଟିଖିଆ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି 'ହେଲ୍ପିଂ ଫ୍ୟାମିଲି' ସଙ୍ଗଠନ । ବାରିପଦା ସହର ବସ୍ତିବାସିନ୍ଦାଙ୍କୁ ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ...

'Helping Family' extends a helping hand to the poor and needy
ଗରିବ ଓ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ 'ହେଲ୍ପିଂ ଫ୍ୟାମିଲି'

By

Published : Jun 2, 2020, 6:57 PM IST

ବାରିପଦା: କୋରୋନା ପାଇଁ ରାଜ୍ୟରେ ଜୁନ 1ରୁ ପଞ୍ଚମ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଛି । ଏହି ସମୟରେ ଗରିବ ଖଟିଖିଆ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି 'ହେଲ୍ପିଂ ଫ୍ୟାମିଲି' ।

ସଙ୍ଗଠନର ସମ୍ପାଦକ ଲଳିତ କୁମାର ମହାନ୍ତଙ୍କ ନେତୃତ୍ଵରେ ସଙ୍ଗଠନର କର୍ମକର୍ତ୍ତା ମାନେ ବାରିପଦା ସହର ଷ୍ଟେସନ ବଜାର ନିକଟରେ ଥିବା ଏକ ବସ୍ତିରେ ୩୦ରୁ ଅଧିକ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ସେହିପରି ବାରିପଦା ସହର ସମେତ ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ପାଇକବସା ପଞ୍ଚାୟତର ପାଣ୍ଡୁରା ଗାଁରେ ୪୦ରୁ ଅଧିକ ଗରିବ ଓ ଖଟିଖିଆ ପରିବାରକୁ ଶୁଖିଲା ଖାଦ୍ୟ ପ୍ୟାକେଟ ବାଣ୍ଟିଥିଲେ । ଏଥିସହିତ ମହାମାରୀ କୋରୋନା ସମ୍ପର୍କରେ ବସ୍ତିବାସିନ୍ଦାଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ କରିଥିଲେ । ପ୍ରଶାସନର ନଜରରେ ଆସି ନଥିବା ଶତାଧିକ ବସ୍ତିବାସିନ୍ଦାଙ୍କୁ ବିଭିନ୍ନ ପ୍ରକାରର ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ କରିଛି ଏହି ସଙ୍ଗଠନ ।

ଗରିବ ଓ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ 'ହେଲ୍ପିଂ ଫ୍ୟାମିଲି'

ଅସହାୟ, ଗରିବ, ଭିନ୍ନକ୍ଷମ, ମାନସିକ ବିକାରଗ୍ରସ୍ତ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାର କିଛି ଛାତ୍ର ଏକତ୍ରିତ ହୋଇ ହେଲ୍ପିଂ ଫ୍ୟାମିଲି ସଂଗଠନ ଆରମ୍ଭ କରିଥିଲେ । ଛାତ୍ରଛାତ୍ରୀମାନେ ପାଠ ପଢିବା ପାଇଁ ନିଜ ଘରୁ ଆଣୁଥିବା ଟଙ୍କାରୁ କିଛି ସଞ୍ଚୟ କରି ଏହି ସଙ୍ଗଠନ ମାଧ୍ୟମରେ ଗରିବ ଲୋକଙ୍କୁ ସାହାଯ୍ୟ କରିଥାନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details