ଓଡିଶା

odisha

ETV Bharat / state

କୋଭିଡ ସଂକ୍ରମିତଙ୍କ ମୃତଦେହ ସତ୍କାରକୁ ବିରୋଧ, ହଟହଟା ପ୍ରଶାସନ - covid body dispute cremation dispute

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ କୋଭିଡ ସଂକ୍ରମିତଙ୍କ ମୃତ୍ୟଦେହ ସତ୍କାରକୁ ନେଇ ଅପ୍ରୀତିକର ପରିସ୍ଥିତି । ଅଧିକ ପଡନ୍ତୁ...

କୋଭିଡ ସଂକ୍ରମିତଙ୍କ ମୃତଦେହ ସତ୍କାରକୁ ବିରୋଧ, ହଟହଟ୍ଟା ହେଲା ପ୍ରଶାସନ
କୋଭିଡ ସଂକ୍ରମିତଙ୍କ ମୃତଦେହ ସତ୍କାରକୁ ବିରୋଧ, ହଟହଟ୍ଟା ହେଲା ପ୍ରଶାସନ

By

Published : Apr 25, 2021, 6:33 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ କୋଭିଡ ସଂକ୍ରମିତଙ୍କ ମୃତ୍ୟଦେହ ସତ୍କାରକୁ ନେଇ ଅପ୍ରୀତିକର ପରିସ୍ଥିତି ଦେଖାଦେଇଛି । ରାଇରଙ୍ଗପୁର ପୌରାଞ୍ଚଳର ଜଣେ କୋଭିଡ ସଂକ୍ରମିତଙ୍କ ମୃତ୍ୟଦେହ ସତ୍କାର କରିବା ପାଇଁ ପୌର ପ୍ରଶାସନ ଓ ପୋଲିସ ଦୁବୁଲାବେଡା ଜଙ୍ଗଲକୁ ନେଇଥିଲେ। ସଂକ୍ରମଣ ଭୟରେ ଦୁବୁଲାବେଡା ଅଞ୍ଚଳର ଲୋକେ ଏକଜୁଟ ହୋଇ ଶବ ସତ୍କାର କରିବାକୁ ବିରୋଧ କରିବା ସହ ସତ୍କାର କରାଇଦେଇନଥିବା ଦେଖିବାକୁ ମିଳିଛି । ସେଠାରେ କିଛି ସମୟ ପାଇଁ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଲୋକେ ବୁଝିବାକୁ ରାଜି ହୋଇନଥିଲେ। ଫଳରେ ପ୍ରଶାସନ ମୃତଦେହ ଧରି ସେଠାରୁ ଫେରିବାକୁ ବାଧ୍ୟ ହୋଇଥିଲେ।

କୋଭିଡ ସଂକ୍ରମିତଙ୍କ ମୃତଦେହ ସତ୍କାରକୁ ବିରୋଧ, ହଟହଟ୍ଟା ହେଲା ପ୍ରଶାସନ

ପରେ ପରିବାର ଲୋକଙ୍କ ଜାଗାରେ ପ୍ରଶାସନର ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। ରାଇରଙ୍ଗପୁରରେ ସପ୍ତାହ ମଧ୍ୟରେ କରୋନାରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରଥମ ସଂକ୍ରମିତଙ୍କ ମୃତଦେହ ଦୁବୁଲାବେଡା ନିକଟସ୍ଥ ଚମ୍ପାଉଦା ଜଙ୍ଗଲରେ ସବ ସତ୍କାର କରାଯାଇଥିଲା । ପ୍ରଥମ କରୋନା ମୃତକଙ୍କ ସତ୍କାର ନେଇ ପୋଲିସ ଓ ପ୍ରଶାସନ ବିଭିନ୍ନ ଗାଁ ଜଙ୍ଗଲକୁ ଯାଇ ହଟହଟା ହୋଇ ଶେଷରେ ଚମ୍ପାଉଦା ଜଙ୍ଗଲରେ ସ୍ଥାନୀୟ ଲୋକଙ୍କ ଅଜାଣତରେ ଶବ ସତ୍କାର କରିଥିଲେ । ତେବେ କରୋନା ମହାମାରୀ ବ୍ୟାପିବାର ବର୍ଷେରୁ ଅଧିକ ସମୟ ହୋଇଥିଲେ ମଧ୍ୟ ରାଇରଙ୍ଗପୁର ଉପଖଣ୍ଡରେ କୋଭିଡ ସଂକ୍ରମିତ ମୃତଦେହ ସତ୍କାର ପାଇଁ ଶ୍ମସାନ ଚିହ୍ନଟ କରାଯାଇନଥିବା ଯୋଗୁ ମୃତକଙ୍କ ପରିବାର ସମେତ ପ୍ରଶାସନକୁ ମଧ୍ୟ ବିଭିନ୍ନ ସମୟରେ ହଟହଟ୍ଟା ହେବାକୁ ପଡୁଛି । ତେବେ ଉପଖଣ୍ଡ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ନେଇ ସାଧାରଣରେ ଦାବି ଉଠୁଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details