ଓଡିଶା

odisha

By

Published : Sep 19, 2020, 2:00 PM IST

ETV Bharat / state

ମୟୂରଭଞ୍ଜରେ ବଢି ଚାଲିଛି ସ୍ଥାନୀୟ ସଂକ୍ରମଣ

ଶୁକ୍ରବାର ଚିହ୍ନଟ ୧୬୩ ଜଣଙ୍କ ମଧ୍ୟରୁ ଜଣେ କ୍ବାରେଣ୍ଟାଇନ ସେଣ୍ଟର,୧୫୬ ଜଣ ସ୍ଥାନୀୟ ଅଞ୍ଚଳ ଏବଂ ଜଣେ କୋଭିଡ ଯୋଦ୍ଧା ଚିହ୍ନଟ ହୋଇଥିବା ଜଣାପଡିଛି।

ମୟୂରଭଞ୍ଜ ଜିଲ୍ଲାରେ ବଢି ଚାଲିଛି ଲୋକାଲ କେସ
ମୟୂରଭଞ୍ଜ ଜିଲ୍ଲାରେ ବଢି ଚାଲିଛି ଲୋକାଲ କେସ

ବାରିପଦା:ମୟୂରଭଞ୍ଜ ଜିଲ୍ଲାରୁ ଶୁକ୍ରବାର ପୁଣି ୧୬୩ କୋରୋନା ପଜିଟିଭ ଚିହ୍ନଟ। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୬୦୧୯ ଛୁଇଁଲାଣି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

ମୟୂରଭଞ୍ଜ ଜିଲ୍ଲାରେ ବଢି ଚାଲିଛି ଲୋକାଲ କେସ

ଶୁକ୍ରବାର ଚିହ୍ନଟ ୧୬୩ ଜଣଙ୍କ ମଧ୍ୟରୁ ଜଣେ କ୍ବାରେଣ୍ଟାଇନ ସେଣ୍ଟର,୧୫୬ ଜଣ ସ୍ଥାନୀୟ ଅଞ୍ଚଳ ଏବଂ ଜଣେ କୋଭିଡ ଯୋଦ୍ଧା ଚିହ୍ନଟ ହୋଇଥିବା ଜଣାପଡିଛି। ଶୁକ୍ରବାର କ୍ବାରେଣ୍ଟାଇନ ସେଣ୍ଟର ଚିହ୍ନଟ ଜଣେ ପଶ୍ଚିମବଙ୍ଗରୁ ଫେରିଥିବା ଜଣାପଡିଛି। ଶୁକ୍ରବାର ଚିହ୍ନଟ ୧୬୩ ଜଣଙ୍କ ମଧ୍ୟରୁ ବହଲଦା, ବିଶୋଇ, ସାରସକଣା, ଶୁକ୍ରୁଲି ବ୍ଲକରୁ ଜଣେ ଲେଖାଏଁ, ବିଜତଳା, କପ୍ତିପଦା, କରଞ୍ଜିଆ, କରଞ୍ଜିଆ ଏନ ଏ ସି, କୁଳିଅଣା, କୁସୁମୀ, ଶୁଳିଆପଦା, ତିରିଂ ବ୍ଲକରୁ 2ଜଣ ଲେଖାଏଁ, ବେତନଟୀ, ମୋରଡ଼ା, ରାଇରଙ୍ଗପୁର ବ୍ଲକରୁ ତିନି ଜଣ ଲେଖାଏଁ, ବାଙ୍ଗରିପୋଷି,ବାରିପଦା, ରାସଗୋବିନ୍ଦପୁର ରୁ ଚାରିଜଣ ଲେଖାଏଁ, ଉଦଳା ଏନ ଏ ସି ରୁ ପାଞ୍ଚ ଜଣ, ଖୁଣ୍ଟା ରୁ ଛଅ ଜଣ, ଶ୍ୟାମାଖୁଣ୍ଟା ରୁ ସାତ ଜଣ, ବଡ଼ସାହି, ଉଦଳାରୁ ୮ ଜଣ ଲେଖାଏଁ, ଜିବି ନଗର ରୁ ୯ ଜଣ, ବାରିପଦା ସହରରୁ ସର୍ବାଧିକ ୭୨ ଜଣ ଏବଂ ଅନ୍ୟ ପାଞ୍ଚ ଜଣ ମୟୂରଭଞ୍ଜ ଜିଲ୍ଲାର କଟକ ଏବଂ ଭୁବନେଶ୍ୱରରୁ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସମସ୍ତ ୧୬୩ ଜଣ କୋରୋନା ପଜିଟିଭି କୋଭିଡ ହସ୍ପିଟାଲ ଓ ହୋମ ଆଇସଲେସନରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି। ସେପଟେ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ କୋରୋନା ଆକ୍ରାନ୍ତଙ୍କ କଣ୍ଟାକ ଟ୍ରେସିଂ ଜରି ରଖିଛି ଜିଲ୍ଲା ପ୍ରଶାସନ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details