ରାଇରଙ୍ଗପୁର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନର ଭରପୁର ଫାଇଦା ଉଠାଉଛନ୍ତି ଚୋରା ମଦ ବେପାରୀ । ସେପଟେ ଚୋରା ମଦ ବେପାରୀଙ୍କ ଉପରେ ଲଗାମ ଲଗାଇବା ପାଇଁ ଆକ୍ସନ ମୋଡ଼ରେ ରାଇରଙ୍ଗପୁର ଅବକାରୀ ବିଭାଗ ।
ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣରେ ମଦ ଜବତ - liquire seize by mayurbhanj excise deaprtment
ରାଇରଙ୍ଗପୁରରେ ଅବକାରୀ ବିଭାଗର ଚଢ଼ାଉ,ବିପୁଳ ପରିମାଣରେ ମଦ ଜବତ । 75 ଲିଟର ଦେଶୀ ମଦ ସହ 2100 କିଲୋଗ୍ରାମ ମୋହୁଲ ପୋଚ ନଷ୍ଟ କରିଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ...
ମୟୂରଭଞ୍ଜ ଜିଲ୍ଲାର ଅବକାରୀ ବିଭାଗର ଆରକ୍ଷୀ ଅଧୀକ୍ଷକ ପୁରୁଷୋତ୍ତମ ଧାରୁଆଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ପିଠାକୁଟୁଣି ଓ ନୁଶାଡିହି ଗ୍ରାମରେ ଚଢ଼ାଉ କରାଯାଇଛି। ରାଇରଙ୍ଗପୁର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ହରିହର ସିଂ ସଦଳବଳେ ଚଢ଼ାଉ କରି ବ୍ୟାପକ ପରିମାଣର ମଦ ରନ୍ଧା ସରଞ୍ଜାମ ଜବତ କରିଛନ୍ତି । ଏହା ସହ 75 ଲିଟର ଦେଶୀ ମଦ ଜବତ କରିଛନ୍ତି । ଏହା ସହିତ ଦୁଇଟି ସ୍ଥାନରେ ମୋଟ 2100 କିଲୋଗ୍ରାମ ମୋହୁଲ ପଚ ମଧ୍ୟ ନଷ୍ଟ କରାଯାଇ ଥିବାବେଳେ ଚୋରାରେ ମଦ ପ୍ରସ୍ତୁତ କରୁଥିବା ଲୋକେ ଫେରାର ହୋଇ ଯାଇଥିବା ସୂଚନା ମିଳିଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ