ଓଡିଶା

odisha

ବିଦ୍ୟୁତ କାଟ ପାଇଁ ମାଡ ଖାଇଲେ ବିଦ୍ୟୁତ କର୍ମଚାରୀ, ଥାନାରେ ମାମଲା ରୁଜୁ

By

Published : Feb 18, 2020, 8:51 PM IST

ବକେୟା ବିଦ୍ୟୁତ ବିଲ ଆଦାୟ କରିବାକୁ ଯାଇ ହଟହଟା ହୋଇଛନ୍ତି ବିଦ୍ୟୁତ କର୍ମଚାରୀ । ଅଧିକ ପଢନ୍ତୁ...

line man bitten by family in mayurbhanj, mayurbhanj latest news, lineman bitten in mayurbhanj, ମୟୂରଭଞ୍ଜ ଲାଟେଷ୍ଟ ନ୍ୟୁଜ୍‌, ମୟୂରଭଞ୍ଜରେ ଲାଇନ ମ୍ୟାନଙ୍କୁ ମାଡ, ମୟୂରଭଞ୍ଜରେ ଏକ ପରିବାର ଦ୍ବାରା ଲାଇନ ମ୍ୟାନଙ୍କୁ ମାଡ
ବିଦ୍ୟୁତ କାଟ ପାଇଁ ମାଡ ଖାଇଲେ ବିଦ୍ୟୁତ କର୍ମଚାରୀ, ଥାନାରେ ମାମଲା ରୁଜୁ

ବାରିପଦା: ବକେୟା ବିଦ୍ୟୁତ ବିଲ ଆଦାୟ କରିବାକୁ ଯାଇ ହଟହଟା ହୋଇଛନ୍ତି ବିଦ୍ୟୁତ କର୍ମଚାରୀ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ନାଉପଦା ଗ୍ରାମରେ ବକେୟା ଟଙ୍କା ପୈଠ ନ କରିବାରୁ ଶାନ୍ତନୁ କୁମାର ନାଏକଙ୍କ ଘରେ ବିଜୁଳି କାଟ କରିଥିଲେ ସମ୍ପୃକ୍ତ ବିଦ୍ୟୁତ ବିଭାଗ କର୍ମଚାରୀ । ଏହାପରେ ଗାଁ ଦାଣ୍ଡରେ ବିଜୁଳି ବିଭାଗ କର୍ମଚାରୀଙ୍କୁ ଶାନ୍ତନୁ ନାଏକ ଏବଂ ତାଙ୍କ ପରିବାର ଲୋକେ ନିସ୍ତୁକ ମାଡ ମାରିଥିଲେ । ଯାହାକୁ ନେଇ ବିଦ୍ୟୁତ ବିଭାଗ ପକ୍ଷରୁ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଖୁଣ୍ଟା ବିଦ୍ୟୁତ ଡିଭିଜନର ଏସଡିଓ ।

ବିଦ୍ୟୁତ କାଟ ପାଇଁ ମାଡ ଖାଇଲେ ବିଦ୍ୟୁତ କର୍ମଚାରୀ, ଥାନାରେ ମାମଲା ରୁଜୁ

ହେଲେ ଏହି ଘଟଣାରେ ଏବେ ଭିନ୍ନ ମୋଡ ସାମ୍ନାକୁ ଆସିଛି । କେବଳ ବିଦ୍ୟୁତ କାଟ କରାଯିବାରୁ ଶାନ୍ତନୁଙ୍କ ପରିବାର ଲୋକେ କର୍ମଚାରୀଙ୍କୁ ମାଡ ମାରିନାହାନ୍ତି । ଏହା ପଛରେ ରହିଛି ଅନ୍ୟ ଏକ କାରଣ । ବିଦ୍ୟୁତ ଡିଭିଜନର ଏସଡିଓ ପ୍ରଶାନ୍ତ କୁମାର ମାନ୍ନା, ଭିଜିଲାନ୍ସ ମ୍ୟାନେଜର ଦୀପକ କୁମାର ଦାସ, ଲାଇନ ମ୍ୟାନ୍ ଦୀପ୍ତିକାନ୍ତ ଭୂୟାଁ ଏବଂ ଦୟାନିଧି ମହାନ୍ତ ଶାନ୍ତନୁଙ୍କ ମା’ ହେମଲତାଙ୍କୁ 3 ହଜାର 31 ଟଙ୍କା ବିଦ୍ୟୁତ ବିଲ ବାକି ଥିବା କହିଥିଲେ । ବାକି ଟଙ୍କା ପୈଠ କରିବାକୁ ମଧ୍ୟ କହିଥିଲେ । ହେଲେ ହେମଲତା ଦେଢ ହଜାର ଟଙ୍କା ଦେବାରୁ କର୍ମଚାରୀମାନେ ସେହି ଟଙ୍କା ନେଇ ନଥିଲେ ଏବଂ ବିଜୁଳି କାଟ କରିଥିଲେ ।

ଏହି ସମୟରେ ଘରେ ଏକୁଟିଆ ଥିବା ହେମଲତା ବିଜୁଳି ସଂଯୋଗ କରିବାକୁ କହିଥିଲେ ଯାହାକୁ ନେଇ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଏହାପରେ ବିଦ୍ୟୁତ ବିଭାଗ କର୍ମଚାରୀମାନେ ହେମଲତାଙ୍କୁ ଠେଲାପେଲା କରିବା ସହିତ ର୍ଦୁବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ହେମଲତା । ଏନେଇ ହେମଲତା ନିଜ ପୁଅ ଏବଂ ପରିବାର ଲୋକଙ୍କୁ ଖବର ଦେବା ପରେ ସେମାନେ ଆସି ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ବିଦ୍ୟୁତ ବିଭାଗ କର୍ମଚାରୀ ଏବଂ ଶାନ୍ତନୁଙ୍କ ପରିବାର ମଧ୍ୟରେ ହାତାହାତି ହୋଇଥିଲା ।

ତେବେ ଏହି ଘଟଣାରେ ଉଭୟ ପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଘଟଣାର ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details