ଓଡିଶା

odisha

By

Published : Apr 8, 2023, 7:19 PM IST

ETV Bharat / state

ଆକାଶରୁ ଖସିଲା ମୃତ୍ୟୁ ! 3 ମୃତ 3 ଗୁରୁତର

ବଜ୍ରାଘାତ ନେଲା ଜୀବନ । ବଜ୍ରାଘାତରେ ତିନି ଜଣ ମହିଳା ମୃତ, ତିନି ଜଣ ଗୁରୁତର । ଏପରି ଦୁଃଖଦ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

କାଳବୈଶାଖୀ ଜନିତ ବଜ୍ରାଘାତ ନେଲା ଜୀବନ, ତିନି ଜଣ ମହିଳା ମୃତ

ରାଇରଙ୍ଗପୁର: କାଳବୈଶାଖୀ ଜନିତ ବଜ୍ରାଘାତ ନେଲା ଜୀବନ । ବଜ୍ରାଘାତରେ ଚାଲିଗଲା ତିନି ନୀରିହ ଜୀବନ । କାଳବୈଶାଖୀ ଜନିତ ବର୍ଷା ହେଉଥିବା ସମୟରେ ବଜ୍ରାପାତ ହେବାରୁ ତିନି ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ତା ସହିତ ତିନି ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏପରି ଦୁଃଖଦ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୧୪ ନଂ ୱାର୍ଡ଼ ଅଙ୍କୁରା ଠାରେ ପୂର୍ବାହ୍ନ ପାଖାପାଖି ୪.୦୦ ସମୟରେ କାଳବୈଶାଖୀ ଜନିତ ବର୍ଷା ହେଉଥିବା ବେଳେ ଏପରି ଅଘଟଣ ଘଟିଥିଲା । କରଞ୍ଜିଆ ଏନଏସିର ୧୪ ନଂ ୱାର୍ଡ଼ ଅଙ୍କୁରା ସାହିରେ ବଜ୍ରପାତ ହେବାରୁ ୩ ଜଣ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ପ୍ରବଳ ବର୍ଷା ହେଉଥିବାରୁ କିଏ ଘର ଭିତରେ ଥିଲେ ତ କିଏ ଘର ବାହାରେ ଥିବା ବାରଣ୍ଡାରେ ବସିଥିଲେ । ସେହି ସମୟରେ ହଠାତ୍ ଆକାଶରୁ ବିଜୁଳି ଖସିବାରୁ ଏହି ଦୁଃଖଦ ଘଟଣା ଘଟିଯାଇଛି ।

ବଜ୍ରପାତ ଯୋଗୁଁ ଗାଁରେ ଥିବା ଏକ ଆମ୍ବ ଗଛରେ ଉପରେ ଥିବା କୁଟାଭାଡ଼ଟି ମଧ୍ୟ ଜଳି ଯାଇଥିଲା । ଅଘଟଣ ଘଟିଥିବା ସ୍ଥାନରୁ ପରେ ମନ୍ତ୍ରୀ ବସନ୍ତୀ ହେମ୍ବ୍ରମ ଘଟଣାସ୍ଥଳରେ ପହଁଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡ଼ିକାଲ ନେବା ପାଇଁ ପୋଲିସ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନକୁ ତତ୍ପର କରିଥିଲେ । ତୁରନ୍ତ ସମସ୍ତ ଗୁରୁତର ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କରଞ୍ଜିଆ ମେଡିକାଲକୁ ଅଣା ଯାଇଥିଲା । ହେଲେ ସେଠାରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ତିନି ଜଣଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସା ଜାରି ରହିଥିବାର ସୂଚନା ରହିଛି ।

ପ୍ରାଣ ହରାଇଥିବା ତିନି ଜଣ ମହିଳା ହେଲେ ଜୁବତୀ ନାଏକ, ହେମଲତା ହୋ ଓ ସୁବାସିନି ଦାସ । ସେଥି ମଧ୍ୟରୁ ଦୁଇ ଜଣ ଅଙ୍କୁରା ସାହିର ହୋଇଥିବା ବେଳେ ଅନ୍ୟ ଜଣେ ସାରସପୋଷି ଅଞ୍ଚଳର ବୋଲି ଜଣାପଡିଛି । ସେପଟେ ଯୁବତୀ ନାଏକ ଗର୍ଭବତୀ ଥିବା ମେଡିକାଲରୁ ସୂଚନା ମିଳିଛି । ତେବେ ଏପରି ଅଘଟଣ ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ପାଣିପାଗ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ସମେତ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହିତ ପ୍ରବଳ ବିଜୁଳି ଘଡଘଡି ନେଇ ଆଲର୍ଟ କରିଥିବା ବେଳେ ଏଭଳି ଅଭାବନୀୟ ଚିତ୍ର ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details