ଓଡିଶା

odisha

ETV Bharat / state

ନାବାଳକ ହତ୍ୟା ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡ - ବହୁ ଚର୍ଚ୍ଚିତ ନାବାଳକ ହତ୍ୟା ଘଟଣା

ମୟୂରଭଞ୍ଜରେ ବହୁ ଚର୍ଚ୍ଚିତ ନାବାଳକ ହତ୍ୟା ଘଟଣା । ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ । ଅଧିକ ପଢ଼ନ୍ତୁ

juvenile murder case
ନାବାଳକ ହତ୍ୟା ମାମଲା

By

Published : Jan 18, 2023, 2:10 PM IST

ରାଇରଙ୍ଗପୁର: ଆଠ ବର୍ଷ ନାବାଳକକୁ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅଞ୍ଚଳରେ ଏକ ଆଠ ବର୍ଷର ନାବାଳକକୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗରେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ଏହି ରାୟ ଶୁଣାଇଛନ୍ତି । ୫୦୦୦ ଟଙ୍କା ଜୋରିମାନା ଅନାଦେୟ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଏହି ହତ୍ୟା ଘଟଣାରେ ୧୦ ଜଣଙ୍କ ସାକ୍ଷୀ, ପାରିପାର୍ଶ୍ବିକ ସ୍ଥିତି ଏବଂ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ଲାଲ ମୋହନ ତିରିଆକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ରାୟ ପ୍ରକାଶ ପାଇବା ପରେ ଆସାମୀକୁ ରାଇରଙ୍ଗପୁର ଉପକାରାଗାରକୁ ପଠାଇ ଦିଆଯାଇଛି । ସରକାରଙ୍କ ତରଫରୁ ଉକ୍ତ ମକଦ୍ଦମାକୁ ଅତିରିକ୍ତ ପିପି ପଙ୍କଜ ଦାସ ପରିଚାଳନା କରୁଥିଲେ ।

ତେବେ ଘଟଣାଟି ୧୨ ତାରିଖ ଡିସେମ୍ବର ମାସ ୨୦୨୦ରେ ଘଟିଥିଲା । ଘଟଣା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବାସାଘୁଟୁ ଗ୍ରାମର ଆଠ ବର୍ଷର ବାଳକ ଦଶରଥ ହେମ୍ବ୍ରମ ସେଦିନ ଛେଳି ଚରାଇବାକୁ ଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ନାବାଳିକା ନିଖୋଜ ଘଟଣାକୁ ବିତିଲା ଅଢେଇ ମାସ, ଏସପିଙ୍କ ଦ୍ୱାରସ୍ଥ ହେଲେ ବାପା ମା’

ଛେଳି ଗୁଡିକ ସେହି ଗ୍ରାମର ଲାଲମୋହନ ତିରିଆଙ୍କ ପରିବା ବଗିଚାରେ ପଶି ବାଇଗଣ, ଭେଣ୍ଡି, ବିଲାତି ଖାଉଥିବା ଦେଖି ରାଗରେ ଉତ୍ୟକ୍ତ ହୋଇ ଉଠିଥିଲା ଲାଲ ମୋହନ । ଏହାପରେ କ୍ରୋଧଭର ହୋଇ ବାଉଁଶ ବାଡିରେ ଦଶରଥଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା । ପ୍ରାଣ ବିକଳରେ ଦଶରଥ ଦୌଡ଼ି ପଳାଉଥିବା ସମୟରେ ଏକ ପଥର ଲକ୍ଷ୍ୟ କରି ଦଶରଥଙ୍କ ମଥାରେ ମାଡ଼ କରିଥିଲା । ଫଳରେ ଦଶରଥ ସେହିଠାରେ ହିଁ ପଡ଼ି ଯାଇଥିଲେ । ତେବେ ସେତିକିରେ ଲାଲମୋହନର ରାଗ ଶାନ୍ତ ହୋଇ ନଥିଲା । ଦଶରଥ ଛାତିରେ ଉପରେ ଚଢ଼ି ପିଟି ଚାଲିଥିଲା ଲାଲମୋହନ । ଘଟଣାସ୍ଥଳରେ ହିଁ ଦଶରଥଙ୍କ ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ:ମୋ ସରକାର ସମୀକ୍ଷା: ସ୍ୱାସ୍ଥ୍ୟ ବିଭାଗର ସର୍ବୋତ୍ତମ ପ୍ରଦର୍ଶନ, ଫିଡବ୍ୟାକ ସଂଗ୍ରହ ନିର୍ଦ୍ଦେଶ

ସେଠାରୁ ଭୟରେ ଲାଲମୋହନ ଦଶରଥର ମୃତଦେହକୁ ଘୋଷାଡ଼ି ନେଇ ନିକଟସ୍ଥ ଘଞ୍ଚ ବୁଦା ମୂଳେ ଫୋପାଡି ଦେଇଥିଲା । ଦଶରଥ ମାଆ ହବାନି ହେମ୍ବ୍ରମ ୨ ଦିନ ଧରି ପୁଅକୁ ନ ପାଇ ବାଦାମପାହାଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ୧୭/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହିତ ଘଟଣାର ପର୍ଦ୍ଦାଫାସ କରିଥିଲା । ପରେ ଅଭିଯୁକ୍ତ ଲାଲ ମୋହନକୁ ଗିରଫ କରି ରାଇରଙ୍ଗପୁର କୋର୍ଟ ଚାଲାଣ କରିଥିଲା ପୋଲିସ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details