ଓଡିଶା

odisha

ETV Bharat / state

ଫର୍ଜରୀ କରି ଅଧ୍ୟାପିକା ଗିରଫ, ଛାତ୍ରୀ ସାଜି ଦେଉଥିଲେ ପରୀକ୍ଷା - ଛାତ୍ରୀଙ୍କ ଅନୁପସ୍ଥିତିରେ ପରୀକ୍ଷା ଦେଲେ ଅଧ୍ୟାପିକା

ଛାତ୍ରୀ ସାଜି ପରୀକ୍ଷା ଦେବା ଅଧ୍ୟାପିକାଙ୍କୁ ମହଙ୍ଗା ପଡିଛି। ସତ ଜଣାପଡିଲା ପରେ ଶେଷରେ ଗିରଫ ହୋଇଛନ୍ତି ଓଡ଼ିଆ ଅଧ୍ୟାପିକା। ଅଧିକ ପଢନ୍ତୁ

ଛାତ୍ରୀ ସାଜି ପରୀକ୍ଷା ଦେଇ ଅଧ୍ୟାପିକା ଗିରଫ
ଛାତ୍ରୀ ସାଜି ପରୀକ୍ଷା ଦେଇ ଅଧ୍ୟାପିକା ଗିରଫ

By ETV Bharat Odisha Team

Published : Aug 23, 2023, 8:43 PM IST



ରାଇରଙ୍ଗପୁର :ଛାତ୍ରୀ ସାଜି ପରୀକ୍ଷା ଦେବା ଅଧ୍ୟାପିକାଙ୍କୁ ମହଙ୍ଗା ପଡ଼ିଛି । ଛାତ୍ରୀଙ୍କ ଅନୁପସ୍ଥିତିରେ ତାଙ୍କ ପାଇଁ ପରୀକ୍ଷା ଦେଇ ଶେଷରେ ଅଧ୍ୟାପିକା ଜଣକ ବନ୍ଧା ହୋଇଛନ୍ତି । ତେବେ ଅଧ୍ୟାପିକା ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ରାଢୋ ସ୍ଥିତ ଲୁଇପା ଡିଗ୍ରୀ କଲେଜରେ କାର୍ଯ୍ୟରତ ଓଡ଼ିଆ ବିଭାଗର ଅଧ୍ୟାପିକା ତୁଳିକା ଆଶ । ତେବେ ଅଧ୍ୟାପିକାଙ୍କ କାରସାଦି ଧରା ପଡ଼ିବା ପରେ ଶେଷରେ ପୋଲିସ ହାତରେ ସେ ଗିରଫ ହୋଇଛନ୍ତି ।

ଛାତ୍ରୀ ସାଜି ପରୀକ୍ଷା ଦେଇ ଅଧ୍ୟାପିକା ଗିରଫ

ଫେକ୍ ଛାତ୍ରୀ ସାଜି ପରୀକ୍ଷା ଦେବା କାଳ ହୋଇଛି । ଶେଷରେ ଗିରଫ ହୋଇ ଜେଲ୍‌ର ୪ କାନ୍ଥ ଭିତରେ ଅଛନ୍ତି ଅଧ୍ୟାପିକା । ତୁଳିକା ଓଡ଼ିଆ ବିଭାଗର ଅଧ୍ୟାପିକା ଭାବେ ଲୁଇପା ଡିଗ୍ରୀ କଲେଜରେ କାର୍ଯ୍ୟରତ ଥିଲେ । ଜଣେ ଅଧ୍ୟାପିକା ହୋଇ ମଧ୍ୟ ସେ ନିଜେ ଜଣେ ଛାତ୍ରୀ ସାଜି ପରୀକ୍ଷା ଦେବାକୁ ଆସିଥିଲେ । ପରୀକ୍ଷା ଦେବାକୁ ଛାତ୍ରୀ ଜଣକ ଅନୁପସ୍ଥିତ ରହିଥିବା ବେଳେ ସେହି ଛାତ୍ରୀଙ୍କ ଖାତାରେ ଲେଖିବା ସହିତ ମିଥ୍ୟା ପରୀକ୍ଷା ନିୟନ୍ତ୍ରକଙ୍କ ଦସ୍ତଖତ ମଧ୍ୟ କରିଥିଲେ ଅଧ୍ୟାପିକା ତୁଳିକା ଆଶ ।

ଏହା ବି ପଢନ୍ତୁ...ବୋହୂକୁ ଚେଙ୍କ ଦେବା ଅଭିଯୋଗ, ଅଧ୍ୟାପିକା ଶାଶୁଙ୍କୁ ବାନ୍ଧିଲା ପୋଲିସ

ସୂଚନା ଅନୁଯାୟୀ, ଗତ ଜୁଲାଇ ମାସ ୨୭ ତାରିଖରେ ଜୀବ ବିଜ୍ଞାନ ବିଭାଗରେ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଚାଲିଥିଲା । ହେଲେ ଜଣେ ଛାତ୍ରୀ ପରୀକ୍ଷା ଦେବାକୁ ଆସି ପାରିନଥିଲେ । ହେଲେ ଛାତ୍ରୀଙ୍କ ଅନୁପସ୍ଥିତିରେ ଅଧ୍ୟାପିକା ତୁଳିକା ଆଶ ଉକ୍ତ ଛାତ୍ରୀଙ୍କ ଖାତାରେ ନିଜେ ଉତ୍ତର ଲେଖିଥିଲେ । ଏହା ସହିତ ସେ ସେହି ଖାତାରେ ପରୀକ୍ଷା ନିୟନ୍ତ୍ରକଙ୍କ ମିଥ୍ୟା ଦସ୍ତଖତ ମଧ୍ୟ କରାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ଲୁଇପା ଡିଗ୍ରୀ କଲେଜର ଅଧ୍ୟକ୍ଷ, ତୁଳିକା ଆଶଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । କାରଣ ଦର୍ଶାଅ ନୋଟିସ ପାଇବା ପରେ ଅଧ୍ୟାପିକା ତୁଳିକା କଲେଜ ଅଧ୍ୟକ୍ଷଙ୍କୁ ଗାଳି ଗୁଲଜ କରିଥିବାର ମଧ୍ୟ ଅଭିଯୋଗ ହୋଇଥିଲା ।

ତେବେ ଘଟଣା ସମ୍ପର୍କରେ କଲେଜ ଅଧ୍ୟକ୍ଷ ଉଦଳା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଉଦଳା ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଅଭିଯୁକ୍ତ ଅଧ୍ୟାପିକା ତୁଳିକା ଆଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାଟି ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଛାତ୍ରୀଙ୍କ ଅନୁପସ୍ଥିତିରେ ତାଙ୍କ ବଦଳରେ ପରୀକ୍ଷା ଦେବା ସହ ମିଥ୍ୟା ଦସ୍ତଖତ କରି ବିବାଦରେ ଛନ୍ଦି ହୋି ପଡିଛନ୍ତି ଅଧ୍ୟାପିକା ତୁଳିକା ଆଶ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details