ରାଇରଙ୍ଗପୁର: ମହିଳା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଲେଜ ଛାତ୍ରଛାତ୍ରୀ। ଏ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ପ୍ରକାଶ କରି ପୋଲିସ ଓ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ଝାରପୋଖରିଆ ପୋଲିସର ଶିଥିଳତା ଓ ତଦନ୍ତରେ ଅବହେଳା ଯୋଗୁଁ ଗୋଟିଏ ନିରୀହ ଜୀବନ ଚାଲିଯାଇଥିବାର ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ। ଏପରିକି ସରକାରଙ୍କ 5T ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ସେପଟେ ଏହାକୁ ନେଇ କଲେଜ ପରିସରରେ ଯେପରି ଶାନ୍ତି ଶୃଙ୍ଖଳା ଭଙ୍ଗ ନହୁଏ ସେ ନେଇ ମୟୂରଭଞ୍ଜ ଏସପି ରାଇରଙ୍ଗପୁର କଲେଜକୁ ଆସି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ।
ଅଧ୍ୟାପିକା ମୃତ୍ୟୁ ଘଟଣା:କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ - student protest
ରାଇରଙ୍ଗପୁର ମହିଳା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ।
କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ଏ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୟୁରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କୁ ଏକ ଦାବିପତ୍ର ମଧ୍ୟ ଦେଇଥିଲେ । ଏହାପରେ ଏସପି ଛାତ୍ରୀ ନିବାସକୁ ଯାଇ ମୃତ ଅଧ୍ୟାପିକାଙ୍କ ରୁମ୍ ଅନୁଧ୍ୟାନ କରିବା ସହ ରାଇରଙ୍ଗପୁର ଟାଉନ ଥାନା ଫେରି ଏସଡିପିଓଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ