ଓଡିଶା

odisha

ETV Bharat / state

2 ଦିନିଆ ମୟୂରଭଞ୍ଜ ଗସ୍ତରେ ଆଇନ ମନ୍ତ୍ରୀ

2 ଦିନିଆ ମୟୂରଭଞ୍ଜ ଗସ୍ତରେ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଏହି ଅବସରରେ ସେ ହରିବଳଦେବ ଜୀଉ ମନ୍ଦିର ପରିଦର୍ଶନ କରିବା ସହ ବିଭିନ୍ନ ଅସୁବିଧାକୁ ନେଇ ସେବାୟତଙ୍କ ସହ ଆଲୋଚନା କରିଥିଲେ ।

By

Published : Aug 14, 2019, 10:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ଦୁଇ ଦିନିଆ ବାରିପଦା ଗସ୍ତରେ ଆସିଛନ୍ତି ପଞ୍ଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା । ଏହି ଗସ୍ତ ଅବସରରେ ମନ୍ତ୍ରୀ ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିର ପରିଦର୍ଶନ କରିଛନ୍ତି । ସେ ମନ୍ଦିର ଦର୍ଶନ କରିବା ସହ ମନ୍ଦିରରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଯଥାଶୀଘ୍ର ମନ୍ଦିରର ସମସ୍ତ ସମସ୍ୟାର ସମାଧାନ କ୍ଷେତ୍ରରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ । ତେବେ ସ୍ବାଧୀନତା ଦିବସ ଉପଲକ୍ଷେ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ମନ୍ତ୍ରୀ । ନିକଟରେ ମନ୍ତ୍ରୀଙ୍କୁ ଜିଲ୍ଲାର ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details