ଓଡିଶା

odisha

ETV Bharat / state

ତାତିଲେ ଭୂମିହୀନ, ଜମିପଟ୍ଟା ପାଇଁ ଘେରିଲେ ଜିଲ୍ଲାପାଳ ଅଫିସ - ଜମିପଟ୍ଟା

ଗତ 2017 ମସିହା ଅଗଷ୍ଟ 10ରେ ବସ୍ତିବାସିନ୍ଦାଙ୍କୁ ସେମାନଙ୍କ ଜମି ଅଧିକାର ପ୍ରମାଣ ପାଇଁ ଆଇନର ପ୍ରଣୟନ ହୋଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ  ସହରରେ ମାତ୍ର 269 ଜଣଙ୍କୁ ଜମିପଟ୍ଟା ମିଳିଥିବା ଅଭିଯୋଗ ହୋଇଛି । ଏଥିଯୋଗୁଁ ସରକାରୀ ଜମିପଟା ଓ ବସ୍ତି ସମସ୍ୟା ଭଳି  ଅନେକ ମୌଳିକ ସମସ୍ୟା  ଘେରରେ ରହି ବସବାସ କରୁଥିବା ଭୂମିହୀନ ସୋମବାର ମୟୂରଭଞ୍ଜ ଜିଲ୍ଲାପାଳ ଅଫିସ ଘେରାଉ କରିଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ

By

Published : Aug 26, 2019, 7:05 PM IST

ବାରିପଦା: ତାତିଲେ ଜନସଧାରଣ । ସରକାରୀ ଜମିପଟା ଓ ବସ୍ତି ସମସ୍ୟା ଭଳି ଅନେକ ମୌଳିକ ସମସ୍ୟା ଘେରରେ ରହି ବସବାସ କରୁଥିବା ଭୂମିହୀନ ସୋମବାର ମୟୂରଭଞ୍ଜ ଜିଲ୍ଲାପାଳ ଅଫିସ ଘେରାଉ କରିଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ


ଗତ 2017 ମସିହା ଅଗଷ୍ଟ 10ରେ ବସ୍ତିବାସିନ୍ଦାଙ୍କୁ ସେମାନଙ୍କ ଜମି ଅଧିକାର ପ୍ରମାଣ ପାଇଁ ଆଇନର ପ୍ରଣୟନ ହୋଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ସହରରେ ମାତ୍ର 269 ଜଣଙ୍କୁ ଜମିପଟ୍ଟା ମିଳିଥିବା ଅଭିଯୋଗ ହୋଇଛି । ଏହାଛଡା ଅନ୍ୟମାନଙ୍କ ଦରଖାସ୍ତକୁ ବିଭିନ୍ନ ଆଳ ଦେଖାଇ ବାରିପଦା ପୌର ପରିଷଦ ପଟ୍ଟା ଦେଉ ନଥିବା ମଧ୍ୟ ଅଭିଯୋଗ ହୋଇଛି।

ତେବେ ବାରିପଦା ପୌର ଆଞ୍ଚଳରେ ବିଭିନ୍ନ ମୌଳିକ ସମସ୍ୟା ରହିଥିବା ବେଳେ ଯଥାଶୀଘ୍ର ୱାର୍ଡ ଗୁଡିକର ରାସ୍ତା ମରାମତି, ନାଲନର୍ଦ୍ଦମା ପରିଷ୍କାର, ପାନୀୟ ଜଳ ବ୍ୟବସ୍ଥା ଓ ବିଜୁଳି ଭଳି ବିଭିନ୍ନ ସମସ୍ୟା ସମାଧାନ କରିବାକୁ ଚେତାବନୀ ଦେଇଛନ୍ତି ଜନସାଧାରଣ ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details