ଓଡିଶା

odisha

ETV Bharat / state

କୁଡୁମୀ ସମ୍ପ୍ରଦାୟକୁ ଆଦିବାସୀ ତାଲିକାଭୁକ୍ତ ଦାବିରେ ଦିଲ୍ଲୀ ଯାତ୍ରା କଲା କୁଡୁମୀ ସେନା - ଦିଲ୍ଲୀ ଯାତ୍ରା

କୁଡୁମୀ ସେନାର ଦିଲ୍ଲୀ ଯାତ୍ରା । କୁଡୁମୀ ସମ୍ପ୍ରଦାୟକୁ ଆଦିବାସୀ ତାଲିକାଭୁକ୍ତ ଦାବିରେ କୁଡୁମୀ ସେନା ଦିଲ୍ଲୀ ଯାତ୍ରା କରିଛି । ଅଧିକ ପଢନ୍ତୁ...

କୁଡୁମୀ ସମ୍ପ୍ରଦାୟକୁ ଆଦିବାସୀ ତାଲିକାଭୁକ୍ତ ଦାବିରେ କୁଡୁମୀ ସେନାର ଦିଲ୍ଲୀ ଯାତ୍ରା
କୁଡୁମୀ ସମ୍ପ୍ରଦାୟକୁ ଆଦିବାସୀ ତାଲିକାଭୁକ୍ତ ଦାବିରେ କୁଡୁମୀ ସେନାର ଦିଲ୍ଲୀ ଯାତ୍ରା

By

Published : Sep 4, 2021, 1:01 PM IST

ବାରିପଦା: ନିଜ ଜାତି ପାଇଁ ହକ ଦାବିରେ କୁଡୁମୀ ସେନାର ଦିଲ୍ଲୀ ଯାତ୍ରା । କୁଡୁମୀ ସମ୍ପ୍ରଦାୟର ଲୋକମାନଙ୍କୁ ଆଦିବାସୀ ତାଲିକା ଭୁକ୍ତ କରିବା ଦାବିରେ ଶନିବାର କୁଡୁମୀ ସେନା କର୍ମକର୍ତ୍ତାମାନେ ବାରିପଦା ମା ଅମ୍ବିକା ମନ୍ଦିରରୁ ଦିଲ୍ଲୀ ଯାତ୍ରା କରିଛନ୍ତି । ପୂର୍ବରୁ କୁଡୁମୀ ସମ୍ପ୍ରଦାୟର ଲୋକେ ଆଦିବାସୀ ତାଲିକା ଭୁକ୍ତ ଥିଲେ ।

କୁଡୁମୀ ସମ୍ପ୍ରଦାୟକୁ ଆଦିବାସୀ ତାଲିକାଭୁକ୍ତ ଦାବିରେ କୁଡୁମୀ ସେନାର ଦିଲ୍ଲୀ ଯାତ୍ରା

୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖରୁ କୁଡୁମୀ ମାନଙ୍କୁ ସରକାର ଆଦିବାସୀ ତାଲିକାରୁ ବାଦ ଦେଇଥିଲେ। ସେପ୍ଟେମ୍ବର ୬ ତାରିଖକୁ କୁଡୁମୀ ମାନେ କଳା ଦିବସ ଭାବେ ପାଳନ କରିବେ । ଆଉ ସେଥିପାଇଁ କୁଡୁମୀ ସେନାର ରାଜ୍ୟ ସଭାପତି ଜୟମୁନି ମହାନ୍ତଙ୍କ ନେତୃତ୍ୱରେ ଶନିବାର ଦିଲ୍ଲୀ ଯାତ୍ରା କରିଛନ୍ତି କୁଡୁମୀ ସେନାର ସଦସ୍ୟ ।

ଏକ ସ୍ୱତନ୍ତ୍ର ବସ ଯୋଗେ ଦିଲ୍ଲୀରେ ପହଞ୍ଚି ଯନ୍ତରମନ୍ତର ଠାରେ ସେପ୍ଟେମ୍ବର ୬ ତାରିଖ ଦିନ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିବେ । ଏହା ସହ କଳା ଦିବସ ପାଳନ କରିବେ କୁଡୁମୀ ସମ୍ପ୍ରଦାୟର ଲୋକେ।



ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ,ଇଟିଭି ଭାରତ

ABOUT THE AUTHOR

...view details