ଓଡିଶା

odisha

ETV Bharat / state

କୁଡୁମୀ ସେନାଙ୍କ ଆଦିବାସୀ ମାନ୍ୟତା ଦାବି, ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପାଳିଲେ କଳା ଦିବସ - kudumi sena protest in front of collector office

କୁଡୁମୀ ଜାତିକୁ ଆଦିବାସୀ ତାଲିକା ଭୁକ୍ତ ଦାବି । କୁଡୁମୀ ସେନାର କର୍ମକର୍ତ୍ତା ମାନେ ବାରିପଦା ସ୍ଥିତ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଳା ଦିବସ ପାଳନ କରିଛନ୍ତି। ଅଧିକ ପଢନ୍ତୁ...

ଆଦିବାସୀ ମାନ୍ୟତା ଦାବିରେ କୁଡୁମୀ ସେନାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଆଦିବାସୀ ମାନ୍ୟତା ଦାବିରେ କୁଡୁମୀ ସେନାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

By

Published : Sep 6, 2021, 4:58 PM IST

ବାରିପଦା: କୁଡୁମୀ ଜାତିକୁ ଆଦିବାସୀ ତାଲିକା ଭୁକ୍ତ କରିବା ଦାବି । କୁଡୁମୀ ସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବରୁ କୁଡୁମୀ ସମ୍ପ୍ରଦାୟର ଲୋକେ ଆଦିବାସୀ ତାଲିକା ଭୁକ୍ତ ଥିଲେ। ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖରୁ କୁଡୁମୀ ମାନଙ୍କୁ ସରକାର ଆଦିବାସୀ ତାଲିକାରୁ ବାଦ ଦେଇଥିଲେ।

ତେଣୁ, ସେପ୍ଟେମ୍ବର ୬ ତାରିଖକୁ କୁଡୁମୀ ମାନେ କଳା ଦିବସ ଭାବେ ପାଳନ କରିବା ସହିତ ସୋମବାର ବାରିପଦାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନିଜ ଜାତି ପାଇଁ ହକ ଦାବିରେ କୁଡୁମୀ ସେନାର ରାଜ୍ୟ ସଭାପତି ଜୟମୁନି ମହାନ୍ତଙ୍କ ନେତୃତ୍ୱରେ ଦିଲ୍ଲୀର ଯନ୍ତର ମନ୍ତର ଠାରେ ମଧ୍ୟ ଆଜି କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିବା ସହ କଳା ଦିବସ ପାଳନ କରୁଛନ୍ତି।

ଆଦିବାସୀ ମାନ୍ୟତା ଦାବିରେ କୁଡୁମୀ ସେନାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ



ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details