ଓଡିଶା

odisha

ETV Bharat / state

କୁଡୁମୀ ସେନାର ପ୍ରତିଷ୍ଠା ଦିବସ: ବିଶାଳ ପଦଯାତ୍ରାରେ ଯୋଗ ଦେଲେ ଝାଡଖଣ୍ଡ ଓ ବିହାରର କର୍ମକର୍ତ୍ତା - କୁଡୁମୀ ସେନାର ପ୍ରତିଷ୍ଠା ଦିବସ

କୁଡୁମୀ ସେନାର ୧୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଅଧିକ ପଢ଼ନ୍ତୁ

କୁଡୁମୀ ସେନାର ୧୦ ତମ ପ୍ରତିଷ୍ଠା ଦିବସ
କୁଡୁମୀ ସେନାର ୧୦ ତମ ପ୍ରତିଷ୍ଠା ଦିବସ

By

Published : Jun 4, 2022, 9:39 PM IST

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମ ପଡିଆ ଠାରେ କୁଡୁମୀ ସେନାର ୧୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । କୁଡୁମୀ ସେନାର କର୍ମୀ ଓ ନେତୃବୃନ୍ଦ ମାନେ ରାଇରଙ୍ଗପୁର ସହରରୁ ଏକ ବିଶାଳ ପଦଯାତ୍ରାରେ ବାହାରି ପୁରୁଣାପାଣି ଗ୍ରାମ ପଡ଼ିଆ ଠାରେ ପହଞ୍ଚିଥିଲେ । କୁଡୁମୀ ସେନାର ୧୦ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଓଡ଼ିଶା, ଝାଡଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର କୁଡୁମୀ ସେନାର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହିତ ବିହାର ସରକାରଙ୍କ ଗ୍ରାମ ଉନ୍ନୟନ ମନ୍ତ୍ରୀ ଶ୍ରବଣ କୁମାର ମଧ୍ୟ ଯୋଗ ଦେଇଥିଲେ ।

କୁଡୁମୀ ସେନାର ୧୦ ତମ ପ୍ରତିଷ୍ଠା ଦିବସ

ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଜୟମୁନି ମହାନ୍ତ ସମସ୍ତ ଅତିଥିବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଦୀର୍ଘ ବର୍ଷରୁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିକଟରେ କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବି କରାଯିବା ସହିତ କୁଡୁମାଲି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।

ଏହି ପ୍ରତିଷ୍ଠା ଦିବସ ଅବସରରେ ଯଥାଶୀଘ୍ର କୁଡୁମୀ ସମ୍ପ୍ରଦାୟର ନ୍ୟାର୍ଯ୍ୟ ଦାବିକୁ ପୂରଣ କରିବା ପାଇଁ ବିହାର ସରକାରଙ୍କ ଗ୍ରାମ ଉନ୍ନୟନ ମନ୍ତ୍ରୀ ଶ୍ରବଣ କୁମାର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details