ଓଡିଶା

odisha

କୁଡୁମୀ ଜାତିକୁ ଏସଟି ତାଲିକାରୁ ବାଦ, କଳା ଦିବସ ପାଳନ କଲା କୁଡୁମୀ ଏକତା ମଞ୍ଚ

By ETV Bharat Odisha Team

Published : Sep 7, 2023, 7:22 AM IST

ଗତକାଲି କୁଡୁମୀ ସମାଜ ପକ୍ଷରୁ କଳା ଦିବସ ପାଳିତ ହୋଇଯାଇଛି । କେନ୍ଦ୍ର ସରକାର କୁଡୁମୀ ଜାତିକୁ ଏସଟି ତାଲିକାରୁ ବାଦ ଦେଇଥିବା ପ୍ରତିବାଦରେ ପ୍ରତ୍ୟେକ ସେପ୍ଟେମ୍ବର ମାସର ୬ ତାରିଖକୁ କଳା ଦିବସ ରୂପେ ପାଳନ କରି ଆସୁଛି କୁଡୁମୀ ସମାଜ ।

କୁଡୁମୀ ଜାତିକୁ ଏସଟି ତାଲିକାରୁ ବାଦ ଦେଇଥିବା ପ୍ରତିବାଦରେ , କଳା ଦିବସ ପାଳନ କଲା କୁଡୁମୀ ଏକତା ମଞ୍ଚ
କୁଡୁମୀ ଜାତିକୁ ଏସଟି ତାଲିକାରୁ ବାଦ ଦେଇଥିବା ପ୍ରତିବାଦରେ , କଳା ଦିବସ ପାଳନ କଲା କୁଡୁମୀ ଏକତା ମଞ୍ଚ

କଳା ଦିବସ ପାଳନ କଲା କୁଡୁମୀ ଏକତା ମଞ୍ଚ

ରାଇରଙ୍ଗପୁର:କୁଡୁମୀ ଜାତିକୁ ଏସଟି ତାଲିକାରୁ ବାଦ ଦେଇଥିବା ପ୍ରତିବାଦରେ କୁଡୁମୀ ସମାଜ ପକ୍ଷରୁ କଳା ଦିବସ ପାଳିତ ହୋଇଯାଇଛି । ରାଇରଙ୍ଗପୁର ସହରରେ କୁଡୁମୀ ଏକତା ମଞ୍ଚ ଗତକାଲି କଳା ଦିବସ ଭାବେ ପାଳନ କରିଛି । କେନ୍ଦ୍ର ସରକାର କୁଡୁମୀ ଜାତିକୁ ଏସଟି ତାଲିକାରୁ ବାଦ ଦେଇଥିବା ପ୍ରତିବାଦରେ ପ୍ରତ୍ୟେକ ସେପ୍ଟେମ୍ବର ମାସର ୬ ତାରିଖକୁ କଳା ଦିବସ ରୂପେ ପାଳନ କରି ଆସୁଛି କୁଡୁମୀ ସମାଜ । ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ଅଞ୍ଚଳର କୁଡୁମୀ ସମାଜ ପକ୍ଷରୁ କୁଡୁମୀ ଭବନ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ କୁଡୁମୀ ସମାଜ । କଳା ପଟି ପିନ୍ଧି ବିଶାଳ ଶୋଭାଯାତ୍ରାରେ ବାହାରି ରାଇରଙ୍ଗପୁର ସହରର ମୁଖ୍ୟ ମାର୍ଗ ଦେଇ ବିଭିନ୍ନ ନାରା ଦେବା ସହିତ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ ।

ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଶତାଧିକ କୁଡୁମୀ ସମ୍ପ୍ରଦାୟର ମହିଳା ଓ ପୁରୁଷ । ତେବେ ୧୯୫୦ ମସିହା ସେପ୍ଟେମ୍ବର ମାସ ୬ ତାରିଖ ଦିନ କେନ୍ଦ୍ର ସରକାର କୌଣସି ବିନା କାରଣରେ କୁଡୁମୀ ଜାତିକୁ ଏସଟି ତାଲିକାରୁ ବାଦ୍ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଏହି ଅନ୍ୟାୟକୁ ପ୍ରତିବାଦ କରି ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ୬ ତାରିଖକୁ କୁଡୁମୀ ସମାଜ କଳା ଦିବସ ଭାବେ ପାଳନ କରୁଛନ୍ତି । ଓଡ଼ିଶାର ୯ଟି ଜିଲ୍ଲାରେ ପାଖାପାଖି ୨୫ ଲକ୍ଷ କୁଡୁମୀ ଲୋକ ଥ‌ିବା ନେଇ ଜିଲ୍ଲାପାଳଙ୍କ ଦ୍ବାରା ତହସିଲଦାରମାନଙ୍କୁ ନେଇ ଏକ ସର୍ଭେ ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟ ସରକାର କହୁଥିବା ବେଳେ ଅନ୍ୟ ଜିଲ୍ଲା ଗୁଡିକରେ ବି ସର୍ଭେ କରାଯାଉ ବୋଲି କହିଛି କୁଡୁମୀ ସମାଜ ।

ତେବେ ଚଳିତ ବର୍ଷ ଯଦି କୁଡୁମୀ ଜାତିକୁ ଏସଟି ତାଲିକାରେ ପୁନଃ ତାଲିକାଭୁକ୍ତ ନ କରାଯାଏ । ତେବେ ଆଗାମୀ ନିର୍ବାଚନରେ 'ନ ଏସଟି ନ ଭୋଟ' ଅଭିଯାନ ଆରମ୍ଭ କରାଯିବ ବୋଲି ଚେତାବନୀ ଦେଇଛି କୁଡୁମୀ ସମାଜ । ଏଥି ସହିତ ଆଗାମୀ ନିର୍ବାଚନରେ କୌଣସି ନେତାଙ୍କୁ କୁଡୁମୀ ବସବାସ କରୁଥିବା ଗାଁ ଗୁଡିକରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ଓ ଆଗକୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି କୁଡୁମୀ ସେନାର ରାଜ୍ୟ ସଭାପତି ଦିବ୍ୟସିଂ ମହାନ୍ତ । ପରିଶେଷରେ ଓଡ଼ିଶା କୁଡୁମୀ ସେନାର ରାଜ୍ୟ ସଭାପତି ଦିବ୍ୟସିଂ ମହାନ୍ତ, ମହିଳା ମୋର୍ଚ୍ଚାର ରାଜ୍ୟ ଉପ ସଭାପତି ସବିତା ମହାନ୍ତ ଏବଂ କୁଡୁମୀ ସମାଜର ଶତାଧିକ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ କୁଡୁମୀ ଜାତିକୁ ପୁନଃ ଏସଟି ତାଲିକାଭୁକ୍ତ କରିବା ପାଇଁ ରାଇରଙ୍ଗପୁର ତହସିଲଦାର ଚିତ୍ତରଞ୍ଜନ ମହାନ୍ତଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।


ଇଟିଭି ଭାରତ,ମୟୂରଭଞ୍ଜ

ABOUT THE AUTHOR

...view details