ବାରିପଦା: ଗୋଟିଏ ଜାତିକୁ ସ୍ବତନ୍ତ୍ର ପରିଚୟ ଦିଏ ତାର ପରମ୍ପରା ଓ ସଂସ୍କୃତି । ମୟୂରଭଞ୍ଜ ଜିଲ୍ଲାର କୁଡୁମୀ ସମ୍ପ୍ରଦାୟକଙ୍କୁ ସ୍ବତନ୍ତ୍ର କରେ ତାଙ୍କ ନିଆରା ପରମ୍ପରା । କିଛି ଜନଶୃତି, କିମ୍ବଦନ୍ତୀ ଓ ବିଶ୍ବାସକୁ ନେଇ ପ୍ରତିବର୍ଷ ଏମାନେ ପାଳନ କରନ୍ତି ଗୋମାତା ପୂଜା ତଥା ବନ୍ଦାଣ ପର୍ବ । ଏହି ପର୍ବରେ ଗାଇଗୋରୁଙ୍କୁ ପୂଜାର୍ଚ୍ଚନା କରିବା ସହ ଆଗାମୀ ଗୋଟିଏ ବର୍ଷ ପାଇଁ ତାଲିମ ଦେଇ ଚାଷ କାର୍ଯ୍ୟ ପାଇଁ ପ୍ରଶିକ୍ଷଣ ଦିଆଯାଏ ।
କୁଡୁମୀ ସମ୍ପ୍ରଦାୟର କାଳୀପୂଜାକୁ ଦେଶବାସୀ ଅମାବାସ୍ୟା ଦିନ ପାଳନ କରିଥାନ୍ତି । ଏହି ସମ୍ପ୍ରଦାୟ 7 ଦିନ ଧରି ପୂଜାର୍ଚ୍ଚନା କରିଥାନ୍ତି । ଗୋମାତା ପୂଜନକୁ ଗୋରୁଖୁଣ୍ଟା ପର୍ବ ବୋଲି ମଧ୍ୟ କୁହାଯାଏ । ପଡିଆରେ ବଳଦକୁ ବାନ୍ଧି ଆତ୍ମନିର୍ଭରଶୀଳ କରିବାକୁ ତାଲିମ ଦିଆଯିଏ । ବାଜା ବଜାଇ ଜଣେ ପରେ ଜଣେ ଆସି ତାଲିମ ଦେଇଥାନ୍ତି । ଏପରି ଦୃଶ୍ୟ କେବଳ ବର୍ଷକୁ ଥରେ କାଳୀପୂଜା ଆମାବାସ୍ୟା ପରେ ହିଁ ଦେଖିବାକୁ ମିଳିଥାଏ । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଗାଁରେ ଏହି ପର୍ବ ବଡ ଧୂମଧାମରେ ପାଳନ କରାଯାଇଥାଏ ।