ରାଇରଙ୍ଗପୁର : ଦୀର୍ଘ ବର୍ଷରୁ କୁଡୁମୀ ଜନଜାତିକୁ ଆଦିବାସୀ ମାନ୍ୟତା ଦାବି କରି ଆସୁଥିବା କୁଡୁମୀ ସେନା କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଡେରି ନକରି କେନ୍ଦ୍ରକୁ ସୁପାରିଶ କରିବା ସହିତ କୁଡ଼ୁମାଲି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ହୋଇଛି ।
ଏହି ପରିପ୍ରେକ୍ଷୀରେ କୁଡୁମୀ ସେନା ତାର ଦଶମ ପ୍ରତିଷ୍ଠା ଦିବସରେ ରାଇରଙ୍ଗପୁରରେ ଏକ ବିଶାଳ ସମାବେଶ କରିବ ବୋଲି ସଭାପତି ଜୈମୁନି ମହାନ୍ତ କହିଛନ୍ତି । ଏହି ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।