ଓଡିଶା

odisha

By

Published : Dec 27, 2019, 12:41 PM IST

ETV Bharat / state

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ମାଳିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଉଦ୍ୟାନ ବିଭାଗରେ କାର୍ଯ୍ୟରତ ଥିବା ଗାର୍ଡେନର ବା ମାଳି ଉଦ୍ଧବ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି ।

vigilance trap
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ

ବାରିପଦା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦ୍ୟାନ ବିଭାଗର ମାଳିଙ୍କ ଘରେ ଭିଜିଲାନ୍ସର ଚଢାଉ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଉଦ୍ୟାନ ବିଭାଗରେ କାର୍ଯ୍ୟରତ ଥିବା ଗାର୍ଡେନର ବା ମାଳି ଉଦ୍ଧବ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି ।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ

ବାଲେଶ୍ବର ଭିଜିଲାନ୍ସ ବିଭାଗର 4ଟି ଟିମ ଏହି ଚଢ଼ାଉରେ ସାମିଲ ଅଛନ୍ତି। ଉଦ୍ଧବଙ୍କ ନାମରେ ପୂର୍ବରୁ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା । ଏକକାଳୀନ ଭାବେ 4ଟି ସ୍ଥାନରେ ଚଢ଼ାଉ କରାଯାଇଛି। ନୁଦଡିହା ସ୍ଥିତ ଶଶୁର ଘର ସମେତ ଫାର୍ମହାଉସ ଏବଂ ଉଦଳା ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ସମେତ କପ୍ତିପଦା ବ୍ଲକ ବଡାମପଦା ନିଜସ୍ବ ବାସଭବନରେ ଚଢାଉ ହୋଇଛି । ଚଢାଉ ସମୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ ସହ ଅଧିକ ଛାନଭିନ ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details