ଓଡିଶା

odisha

ETV Bharat / state

ପ୍ରଶ୍ନ ଦେଲା କଷ୍ଟ, ଗଣମାଧ୍ୟମ ଉପରେ ବର୍ଷିଲେ ଏସଡିଏମଓ

ସମସ୍ୟା ସମ୍ପର୍କିତ ପ୍ରଶ୍ନ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟର ଏସଡିଏମଓଙ୍କୁ କଷ୍ଟ ଦେଇଛି । ସତକଥା ପଚାରିବାରୁ ଏସଡିଏମଓ ରାଗିବା ସହ ବାରମ୍ବାର କାହିଁକି ଆମକୁ ହଇରାଣ କରୁଛନ୍ତି ବୋଲି ଓଲଟି ପ୍ରଶ୍ନ ପଚାରିଛନ୍ତି ସେ ।

ଡିଜାଇନ ଫଟୋ

By

Published : Sep 24, 2019, 2:29 PM IST

Updated : Sep 24, 2019, 3:21 PM IST

ରାଇରଙ୍ଗପୁର: ଆପଣ ସବୁବେଳେ ଆସି ଆମକୁ ହଇରାଣ କରୁଛନ୍ତି । ବିନା ଅନୁମତିରେ ବାଇଟ୍‌ ନେଉଛନ୍ତି, ଫଟୋ ଉଠାଉଛନ୍ତି । ଏପରି କହି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବର୍ଷିଛନ୍ତି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟର ଏସଡିଏମଓ କ୍ଷେତ୍ରବାସୀ ଦାସ । ତାଙ୍କ ବିରୋଧରେ ଆସୁଥିବା ଅନେକ ଅଭିଯୋଗ ସମ୍ପର୍କରେ ତାଙ୍କ ମତାମତ ନେବାକୁ ଗଣମାଧ୍ୟମ ପ୍ରତିନିଧି ଯାଇଥିବାବେଳେ ଏପରି ଭାବେ ପ୍ରତିକ୍ରିୟା ରଖିଛନ୍ତି ସେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ତେବେ ଗତ କିଛି ଦିନ ହେବ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ମେଡିକାଲ ପରିଦର୍ଶନ କରିବା ସହ ଏସଡିଏମଓଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ହେଲେ ଚିକିତ୍ସାଳୟର ସମସ୍ୟା ଦିନକୁ ଦିନ ବଢିବା ସହ ଲୋକଙ୍କ ଅଭିଯୋଗ ଅଧିକ ହୋଇଥିଲା । ଯାହାକୁ ନେଇ ଏସଡିଏମଓ ପ୍ରତିକ୍ରିୟା ଲୋଡିଥିଲେ ଗଣମାଧ୍ୟମ ପ୍ରତିନିଧି । ଏହାକୁ ନେଇ ସେ ରାଗି ଯିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖରାପ ବ୍ୟବହାର କରିବାକୁ ମଧ୍ୟ ପଛାଇ ନଥିଲେ।

ସେପଟେ ଏଠାରେ ମନମୁଖୀ ଚଳାଇଛନ୍ତି ଏସଡିଏମଓ, ତାଙ୍କ ବିରୋଧରେ ଯାହା ଅଭିଯୋଗ କଲେ ତାଙ୍କ ମହିଳା ସହଯୋଗୀ ବାହାରି ଆସୁଛନ୍ତି, ତେଣୁ ଅନେକ ଅଭିଯୋଗ ଆସିପାରୁନାହିଁ ବୋଲି କହିଛନ୍ତି ସ୍ଥାନୀୟ ଲୋକେ।

ସୂଚନା ଥାଉକି, ଗତ ସୋମବାର ଚିକିତ୍ସାଳୟରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଏନେଇ ସ୍ଥାନୀୟ ବାସିନ୍ଦା ଓ ଡାକ୍ତରଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Sep 24, 2019, 3:21 PM IST

ABOUT THE AUTHOR

...view details