ଓଡିଶା

odisha

By

Published : Aug 21, 2022, 6:41 PM IST

ETV Bharat / state

ବାରିପଦାରେ କଙ୍ଗାରୁକୋର୍ଟ, ମୋବାଇଲ ଚୋରକୁ ନିସ୍ତୁକ ମାଡ଼ ମାରି ହାତ ବାନ୍ଧି ଚଲାଇଲେ

ମୋବାଇଲ ଚୋରକୁ ନିର୍ଧୁମ ମାଡ ସହ ଦୌଡି଼ିରେ ବାନ୍ଧି ୨ କିଲୋମିଟର ଚଲାଇଲେ ଲୋକେ । ବାରିପଦା ଟାଉନ ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି (Kangaroo court in Baripada) । ଅଧିକ ପଢନ୍ତୁ

Kangaroo court in Baripada Mobile thief beaten by locals in Mayurbhanj
ମୋବାଇଲ ଚୋରକୁ କାଙ୍ଗାରୁ କୋର୍ଟରେ ଦଣ୍ଡ

ବାରିପଦା:ବାରିପଦା ସହର ଉପକଣ୍ଠରେ କଙ୍ଗାରୁକୋର୍ଟ(Kangaroo court in Baripada) । ମୋବାଇଲ ଚୋରକୁ ନିର୍ଧୁମ ମାଡ ସହ ଦୌଡି଼ିରେ ବାନ୍ଧି ୨ କିଲୋମିଟର ଚଲାଇଲେ ଲୋକେ । ବାରିପଦା ଟାଉନ ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ମୋବାଇଲ ଚୋରି କରି ନେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ପଡ଼ିଥିଲା । ଏହାପରେ ଅଭିଯୁକ୍ତ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ମୁଣ୍ଡ ଫଟାଇ ଥିଲେ କ୍ରୋଧାନ୍ବିତ ଜନତା(Mobile thief punished in Baripada) ।

ମୋବାଇଲ ଚୋରକୁ କାଙ୍ଗାରୁ କୋର୍ଟରେ ଦଣ୍ଡ

ଲୋକଙ୍କ ରାଗ ଶାନ୍ତନ ହେବାରୁ ଅଭିଯୁକ୍ତର ୨ ହାତକୁ ବାନ୍ଧି ୨ କିଲୋମିଟର ଚଳାଇଥିଲେ । ଦିବାଲୋକରେ ଆଇନକୁ ହାତକୁ ନେଇ ରାଜରାସ୍ତାରେ ଯୁବକଙ୍କୁ ଦଣ୍ଡ ଦେଇଥିଲେ ଅଞ୍ଚଳବାସୀ । ଅପରପଟେ ସମ୍ପୃକ୍ତ ଯୁବକ ଜଣକ କୌଣସି ମୋବାଇଲ ଚୋରି କରିନଥିବା କଥା କହିଛନ୍ତି । ଲୋକେ ବିନା ଦୋଷରେ କହିକି ଏଭଳି ଦଣ୍ଡ ଦେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଘଟଣାକୁ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
ଇଟିଭି ଭାରତ, ମୟୁରଭଞ୍ଜ

ABOUT THE AUTHOR

...view details