ବାରିପଦା:ଚୋରି ଅଭିଯୋଗରେ ତିନି ଜଣ ଯୁବକଙ୍କୁ ଗଛରେ ବାନ୍ଧି ଦଣ୍ଡ ଦେଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଚିକିଟାମାଟିଆ ଅଞ୍ଚଳରେ ଘଟିଛି ଘଟଣା ।
ସୂଚନାଅନୁସାରେ, ବୋରିଂରୁ ମୋଟର ଚୋରି କରିଥିବା ଅଭିଯୋଗରେ ୩ ଜଣ ଯୁବକକୁ ଦୀର୍ଘ ସମୟ ଧରି ଗାଁ ଦାଣ୍ଡରେ ଏକ ଗଛରେ ବାନ୍ଧି କଙ୍ଗାରୁ କୋର୍ଟରେ ବିଚାର କରିଛନ୍ତି ଗ୍ରାମବାସୀ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି । ଚିକିଟାମାଟିଆର କାର୍ତ୍ତିକ ହେମ୍ରମ ନାମକ ଜଣେ ବ୍ୟକ୍ତିଙ୍କ ବାଡିର ବୋରିଂରୁ ତିନିଜଣ ଯବକଙ୍କ ନାମରେ ମୋଟର ଚୋରି କରିଥିବା ଅଭିଯୋଗ ହୋଇଥିଲା । ଗାଁ ଲୋକ ତିନି ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ଅଭିଯୋଗ ଆଣିଥିବା ବ୍ୟକ୍ତି ଜଣକ ଜଣେ ସରକାରୀ କର୍ମଚାରୀ ହୋଇ ଆଇନକୁ ହାତକୁ ନେଇଛନ୍ତି । ଯାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।