ବାରିପଦା: ମୟୂରଭଞ୍ଜ ଜିଲ୍ଲା 18 ନମ୍ବର ଜାତୀୟ ରାଜପଥ ଆଗରିଆ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଟ୍ରଲର । ଫଳରେ ଘଟଣାସ୍ଥଳରେ 4ଜଣ ପ୍ରାଣ ହରାଇଥିବା ବେଳେ 7ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ 3ଜଣ ପୁରୁଷ ଅଛନ୍ତି । ତେବେ ମୃତକଙ୍କ ପରିଚୟ ଜଣାପଡିନାହିଁ ।
କଳ୍ପନା ବସ୍କୁ ଧକ୍କା ଦେଲା ଟ୍ରଲର, 4 ମୃତ 7ରୁ ଊର୍ଦ୍ଧ୍ବ ଆହତ - କଳ୍ପନା ବସ୍
ଭୁବନେଶ୍ବରରୁ ବାରିପଦା ଅଭିମୁଖେ ଯାଉଥିବା କଳ୍ପନା ନାମକ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଘଟଣାସ୍ଥଳରେ 4ଜଣ ପ୍ରାଣ ହରାଇଥିବା ବେଳେ 7ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ବରରୁ ବାରିପଦା ଅଭିମୁଖେ ଆସୁଥିଲା କଳ୍ପନା ନାମକ ଏକ ଯାତ୍ରୀବାହୀ ବସ୍ । ହେଲେ ଆଗରିଆ ଛକରେ ବସ୍କୁ ସାମନା ପଟୁ ଧକ୍କା ଦେଇଥିଲା ଟ୍ରଲର । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ପ୍ରଥମ ସ୍ଥାନୀୟ ମେଡିକାଲ ପରେ ବାରିପଦା ମେଡିକାଲରେ ଭର୍ତ୍ତି କରିଥିଲେ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ
Last Updated : Jun 28, 2019, 1:26 PM IST