ବାରିପଦା: ଭିଜିଲାନ୍ସ ଜାଲରେ ଗୋଟିଏ ପରେ ଗୋଟିଏ ସରକାରୀ ବାବୁ । ଗତକାଲି ଦୁଇ ଜଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିବାବେଳେ ଆଜି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଚଢାଉ କରିଛି ଭିଜିଲାନ୍ସ । କପ୍ତିପଦା ବିଦ୍ୟୁତ କାର୍ଯ୍ୟାଳୟରେ ଏକ ଭଡା ଗାଡି ଲାଗିଥିବାବେଳେ ଗାଡି ମାଲିକ ଶିଶିର କୁମାର ନାୟକଙ୍କ ଠାରୁ ବକେୟା ଥିବା ବିଲ କରାଇଦେବା ପାଇଁ 1300 ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ ଅଶ୍ବିନୀ କୁମାର ଦାସ ।
ବାଲେଶ୍ଵର ଭିଜିଲାନ୍ସ ଟିମ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଗାଡି ମାଲିକ ବାରମ୍ବାର କନିଷ୍ଠ ଯନ୍ତ୍ରୀଙ୍କୁ ବକେୟା ବିଲ କରାଇଦେବା ପାଇଁ କହୁଥିବାବେଳେ, ଟଙ୍କା ନଦେଲେ ବିଲ ହେବ ନାହିଁ ବୋଲି କହିଥିଲେ କନିଷ୍ଠ ଯନ୍ତ୍ରୀ । ଫଳରେ ଗାଡି ମାଲିକ ଜଣକ ବାଲେଶ୍ବର ଭିଜିଲାନ୍ସ ଟିମର ସହାୟତା ଲୋଡିଥିଲେ ।