ଓଡିଶା

odisha

By

Published : Mar 2, 2021, 3:01 PM IST

ETV Bharat / state

ରାଇରଙ୍ଗପୁର ବନ ବିଭାଗ ପକ୍ଷରୁ ବନାଗ୍ନି ନିୟନ୍ତ୍ରଣ ସଚେତନତା ଶୋଭାଯାତ୍ରା

ବନାଗ୍ନିର କୁପ୍ରଭାବ ଦ୍ବାରା ଜଙ୍ଗଲ ଅଭିବୃଦ୍ଧିରେ ବାଧାପ୍ରାପ୍ତ ହେବା ସହିତ ବନ୍ୟ ଜୀବ ତଥା କୀଟ ପତଙ୍ଗ ବିପଦରେ ପଡିବା ସହିତ ନଷ୍ଟ ହୋଇଥାନ୍ତି । ଏହାକୁ ନିୟନ୍ତ୍ରଣ କରିବାକୁ ରାଇରଙ୍ଗପୁର ବନ ବିଭାଗ ପକ୍ଷରୁ ବନାଗ୍ନି ନିୟନ୍ତ୍ରଣ ସଚେତନତା ଶୋଭାଯାତ୍ରା କରାଯାଇଛି। ଅଧିକ ପଢନ୍ତୁ...

ରାଇରଙ୍ଗପୁର ବନ ବିଭାଗ ପକ୍ଷରୁ ବନାଗ୍ନି ନିୟନ୍ତ୍ରଣ ସଚେତନତା ଶୋଭାଯାତ୍ରା
ରାଇରଙ୍ଗପୁର ବନ ବିଭାଗ ପକ୍ଷରୁ ବନାଗ୍ନି ନିୟନ୍ତ୍ରଣ ସଚେତନତା ଶୋଭାଯାତ୍ରା

ରାଇରଙ୍ଗପୁର: ମୟୂରଭଞ୍ଜ ବହଳଦା ବ୍ଲକ ବୁଢିଗୋଡା ଗାଁରେ ବନ ବିଭାଗ ପକ୍ଷରୁ ବନାଗ୍ନି ନିୟନ୍ତ୍ରଣ ସଚେତନତା ଶୋଭାଯାତ୍ରା କରାଯାଇଛି। ରାଇରଙ୍ଗପୁର ବନଖଣ୍ଡ ଓ ବହଳଦା ବନାଞ୍ଚଳର ଅଧିକାରୀମାନଙ୍କ ଉପସ୍ଥିତିରେ ବୁଢିଗୋଡା ଜଙ୍ଗଲ ସୁରକ୍ଷା ସମିତିର ପୁନର୍ଗଠନ କରାଯିବା ସହିତ ଏକ ଶୋଭାଯାତ୍ରାରେ ଜଙ୍ଗଲ ନିଆଁ ନିୟନ୍ତ୍ରଣକୁ ନେଇ ଏକ ସଚେତନତା ରାଲିରେ ଗାଁ ପରିକ୍ରମା କରିଥିଲେ ।

ରାଇରଙ୍ଗପୁର ବନ ବିଭାଗ ପକ୍ଷରୁ ବନାଗ୍ନି ନିୟନ୍ତ୍ରଣ ସଚେତନତା ଶୋଭାଯାତ୍ରା

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବନଖଣ୍ଡ ଏସିଏଫ ନବୀନ ଚନ୍ଦ୍ର ନାୟକ ଓ ବହଳଦା ବନାଞ୍ଚଳ ରେଞ୍ଜର ରବିନ୍ଦ୍ରନାଥ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ ସାଧାରଣ ସଭାରେ ବନାଗ୍ନିର କୁପ୍ରଭାବ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିବାବେଳେ ଏହାଦ୍ବାରା ଜଙ୍ଗଲ ଅଭିବୃଦ୍ଧିରେ ବାଧାପ୍ରାପ୍ତ ହେବା ସହିତ ବନ୍ୟ ଜୀବ ତଥା କୀଟ ପତଙ୍ଗ ବିପଦରେ ପଡିବା ସହିତ ନଷ୍ଟ ହୋଇଥାନ୍ତି। ଏହା ସହିତ ପର୍ଯ୍ୟାବରଣ ତଥା ପରିବେଶ ମଧ୍ୟ ଦୂଷିତ ହୋଇ ପୃଥିବୀର ତାପମାତ୍ରା ବୃଦ୍ଧି ପାଇଥାଏ । ଫଳରେ ସମ୍ପୂର୍ଣ୍ଣ ଜୀବ ଜଗତ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅତିଥିମାନେ ନିଜନିଜ ବକ୍ତବ୍ୟରେ କହିଥିଲେ।

ପରେ ଆଦିବାସୀଙ୍କ ପାରମ୍ପରିକ ବାଦ୍ୟରେ ମହିଳାମାନେ ନୃତ୍ୟ କରିବା ସହିତ ପ୍ଲାକାର୍ଡରେ ଉଲ୍ଲେଖିତ ପରିବେଶ ସମ୍ବନ୍ଧିୟ ବିଭିନ୍ନ ସ୍ଲୋଗାନ ସବୁ ଧରି ଏକ ସଚେତନତା ଶୋଭାଯାତ୍ରାରେ ବାହାରି ଗାଁ ପରିକ୍ରମା କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବନ ସୁରକ୍ଷା ସମିତି ସଦସ୍ୟ ତଥା ଗ୍ରାମବାସୀ ସହଯୋଗ ପ୍ରଦାନ କରିଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details