ଓଡିଶା

odisha

ETV Bharat / state

ରାଇରଙ୍ଗପୁରରେ ଭୋଟ ଭିକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ - ବିଜୟ ସଂକଳ୍ପ ସମାବେଶ

ଆଉ ମାତ୍ର ଦୁଇ ଦିନ ପରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ତେବେ ପ୍ରଚାର ମୈଦାନରେ ହେଭିୱେଟ୍ ନେତାମାନେ ଜି ଜାନ ଲଗାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ।

By

Published : Apr 26, 2019, 9:08 PM IST

ରାଇରଙ୍ଗପୁର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ବାକି । ସେପଟେ ପ୍ରଚାର ମୈଦାନରେ ହେଭିୱେଟ୍ ନେତାମାନେ ନିଜର ଜୋର ଲଗାଇଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାକୁ ମେଗା ରୋଡ ସୋ ଏବଂ ମାରାଥନ ପ୍ରଚାର କରୁଛନ୍ତି ।

ଏହି କ୍ରମରେ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀର ବିଶୋଇ ବଜାର ନିକଟରେ ଥିବା ଏକ ପଡ଼ିଆରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ଓଡ଼ିଆ ଅଭିନେତ୍ରୀ ପିଙ୍କି ପ୍ରଧାନ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟୀ କରିବାକୁ ଅପିଲ କରିଥିଲେ ।

ଓଡ଼ିଶାର ବିକାଶ ପଥରେ ବାଧକ ସାଜିଥିବା ନବୀନ ସରକାର ବଦଳିବା ଦରକାର । କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ଲାଗୁ କରୁନାହାଁନ୍ତି । ଗରିବ ଲୋକଙ୍କୁ କେନ୍ଦ୍ରର ଜନକଲ୍ୟାଣ ଯୋଜନାରୁ ବଞ୍ଚିତ କରିଛି ବିଜେଡି ସରକାର । ଏଭଳି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିଜେପି ନେତ୍ରୀ ପିଙ୍କି ପ୍ରଧାନ।

ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ବିଶେଶ୍ୱର ଟୁଡୁ ଓ ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଡ଼ ବୁଢାନ୍ ମୁର୍ମୁଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅନୁରୋଧ କରିଛନ୍ତି ।

ମୟୂରଭଞ୍ଜରେ ବିଜେପିର ହେଭିୱେଟ୍ ନେତାଙ୍କୁ ପ୍ରଥମ ଥର ପାଇଁ ଦେଖିବାର ସୁଯୋଗ ପାଇଥିବାରୁ ଜନସାଧାରଣଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।


ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details