ଓଡିଶା

odisha

ETV Bharat / state

କ୍ରାଇମବ୍ରାଞ୍ଚ STF ବନବିଭାଗର ମିଳିତ ଚଢାଉ, ଦୁଇ ଗିରଫ - କରଞ୍ଜିଆରେ କ୍ରାଇମବ୍ରାଞ୍ଚ ଏସଟିଏଫର ଚଢାଉ

ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ କ୍ରାଇମବ୍ରାଞ୍ଚ STF ଓ ବନ ବିଭାଗ ମିଳିତ ଚଢାଉ କରିଥିଲେ । ଚଢାଉ ବେଳେ ବାଘ ନଖ,ଦାନ୍ତ ସହିତ ବଜ୍ରକାପ୍ତା ସ୍କେଲ ଜବତ କରିଛି ଟିମ । ଜବତ ସାମଗ୍ରୀ ମଧ୍ୟରେ ରହିଛି ଚିତାବାଘ ନଖ ୨୯ଟି, ବାଘ ଦାନ୍ତ ୨ ଟି, ବଜ୍ରକାପ୍ତା କାତି ସାଢେ ୩ କେଜି , ୪୮ ଟି ଶୁଆ ଶାବକ । ଅଧିକ ପଢନ୍ତୁ

କ୍ରାଇମବ୍ରାଞ୍ଚ STF ବନବିଭାଗର  ମିଳିତ ଚଢାଉ
କ୍ରାଇମବ୍ରାଞ୍ଚ STF ବନବିଭାଗର ମିଳିତ ଚଢାଉ

By

Published : Feb 16, 2022, 8:59 PM IST

ରାଇରଙ୍ଗପୁର: କ୍ରାଇମବ୍ରାଞ୍ଚ STF ଓ ବନବିଭାଗର ମିଳିତ ଚଢାଉ । ବାଘ ନଖ, ଦାନ୍ତ ସହିତ ବଜ୍ରକାପ୍ତା ସ୍କେଲ ଜବତ । ଘଟଣା ହେଉଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜର ପୋଡାଗଡ ଗାଁର ।

କ୍ରାଇମବ୍ରାଞ୍ଚ STF ବନବିଭାଗର ମିଳିତ ଚଢାଉ, ଦୁଇ ଗିରଫ

ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ କ୍ରାଇମବ୍ରାଞ୍ଚ STF ଓ ବନ ବିଭାଗ ମିଳିତ ଚଢାଉ କରିଥିଲେ । ଚଢାଉ ବେଳେ ବାଘ ନଖ,ଦାନ୍ତ ସହିତ ବଜ୍ରକାପ୍ତା ସ୍କେଲ ଜବତ କରିଛି ଟିମ । ଜବତ ସାମଗ୍ରୀ ମଧ୍ୟରେ ରହିଛି ଚିତାବାଘ ନଖ ୨୯ଟି, ବାଘ ଦାନ୍ତ ୨ ଟି, ବଜ୍ରକାପ୍ତା କାତି ସାଢେ ୩ କେଜି , ୪୮ ଟି ଶୁଆ ଶାବକ । ଘଟଣାରେ ଜଣଙ୍କୁ ଗିରଫ କରି ଜବତ ହୋଇଥିବା ସମସ୍ତ ଶୁଆ, ବାଘ ଦାନ୍ତକୁ ବନ ବିଭାଗକୁ ହସ୍ତାନ୍ତର କରିଛି STF ।

ପରେ ଆଉ ଜଣଙ୍କୁ ଟ୍ରାକ କରି ଶିମିଳିପାଳ ଅଭୟାରଣ୍ୟ ପାଦ ଦେଶରେ ଥିବା କାଳିଆଣି ଗେଟ ନିକଟକୁ ଡିଲ ପାଇ ଆସୁଥିବା ବେଳେ ବନବିଭାଗ ଆଉ ଜଣଙ୍କୁ ଧରିଥିଲା। ଉକ୍ତ ଚଢାଉରେ ସାମିଲ ଥିଲେ କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟର ACF ଫାଲଗୁନି ବେହେରା ଏବଂ ତାଙ୍କ ଟିମ । ଗିରଫ ଅଭିଯୁକ୍ତକୁ ବନବିଭାଗ ନିଜ ହେପାଜତକୁ ନେଇ ଅଧିକ ତଦନ୍ତ କରିବ ।

ତେବେ ବର୍ତ୍ତମାନ ସୁଦ୍ଧା ଉକ୍ତ କାରବାରରେ ସାମିଲ ଥିବା ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ । ଏହାର ଲିଙ୍କ ଆନ୍ତଃରାଜ୍ୟ ରାକେଟ ମଧ୍ୟ ସାମିଲ ଥିବା ବନବିଭାଗ ଗନ୍ଧ ପାଇଛି । ବର୍ତ୍ତମାନ ବନବିଭାଗ ବିଭିନ୍ନ ଜାଗାରେ ଚଢାଉ ଜାରି ରଖିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details