ଓଡିଶା

odisha

ETV Bharat / state

ଜେଏମଏମ କର୍ମୀଙ୍କୁ ଆକ୍ରମଣ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ

ହେଲ୍‌ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ବିରୋଧ ପ୍ରଦର୍ଶନ ବେଳେ ଜେଏମଏମ କର୍ମୀଙ୍କୁ ଆକ୍ରମଣ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ । ଅଧିକ ପଢନ୍ତୁ...

JMM workers protest against BJD
ଜେଏମଏମ କର୍ମୀଙ୍କୁ ଆକ୍ରମଣ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

By

Published : Oct 22, 2021, 9:27 PM IST

Updated : Oct 22, 2021, 9:39 PM IST

ରାଇରଙ୍ଗପୁର: ହେଲ୍‌ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ବିରୋଧ ପ୍ରଦର୍ଶନ ବେଳେ ଜେଏମଏମ କର୍ମୀଙ୍କୁ ଆକ୍ରମଣ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବା ସହ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଉଦ୍ଘାଟନ କରିଥିଲେ ।

ଜେଏମଏମ କର୍ମୀଙ୍କୁ ଆକ୍ରମଣ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

କାର୍ଯ୍ୟକ୍ରମକୁ ବାରିପଦାରେ ଜେଏମଏମ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ତେବେ କିଛି ବିଜେଡି କର୍ମୀ ସେଠାରେ ପହଞ୍ଚି ପ୍ରଦର୍ଶନକାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।

ଜେଏମଏମ ପକ୍ଷରୁ ଏହାକୁ ତୀବ୍ରନିନ୍ଦା କରାଯିବା ସହିତ ଜିଲ୍ଲାର ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଛକ ଠାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ବ୍ଲକ ସଭାପତି ସୁରଶଚନ୍ଦ୍ର ମୁର୍ମୁଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ'ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

ଏହା ସହିତ ଆକ୍ରମଣରେ ସମ୍ପୃକ୍ତ ବିଜେଡି କର୍ମୀଙ୍କୁ ତୁରନ୍ତ ଗିରଫ ଦାବି କରାଯାଇଛି । ନଚେତ୍ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମରେ ଜିଲ୍ଲା ସଂପାଦକ ସୁନାରାମ ଟୁଡୁ, ଯୁବମୋର୍ଚ୍ଚା ସଭାପତି ବାନ୍ତା ବାସ୍କେଙ୍କ ସମେତ ବହୁ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Oct 22, 2021, 9:39 PM IST

ABOUT THE AUTHOR

...view details