ରାଇରଙ୍ଗପୁର:ଚଳିତ ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ରାଜନୀତିରେ ବେଶ ଉଷ୍ମତା ଦେଖାଦେଇଛି । ମୟୂରଭଞ୍ଜ ଜିଲ୍ଲା ୩୧ ନଂ ଜିଲ୍ଲା ପରିଷଦ ଜୋନ ଦଖଲ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି । ଏହି ଜୋନରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ପକ୍ଷରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଆଦିବାସୀ ବୋହୂ ସୁମିତା ମୁର୍ମୁ ନିର୍ବାଚନ ଲଢୁଛନ୍ତି ।
ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ବିଜାତଳା ବ୍ଲକର ମାଣିକପୁର ଗ୍ରାମର ବାସିନ୍ଦା ଅଟନ୍ତି ସୁମିତା । ଉପାନ୍ତ ଅଞ୍ଚଳ ଭାବେ ପରିଚିତ ମାଣିକପୁର ଗାଁର ଲୋକେ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ରହୁଥିବାବେଳେ ସେମାନଙ୍କୁ ଅଧିକାର ଦେବା ଲକ୍ଷ୍ୟର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ଜୋରଦାର ପ୍ରଚାର କରିବା ସହିତ ଜେଏମଏମକୁ ୩୧ ନଂ ଜୋନରେ କ୍ଷମତାଭୁକ୍ତ କରିବା ପାଇଁ କସରତ କରୁଛନ୍ତି।