ରାଇରଙ୍ଗପୁର:ରାଉରକେଲାରେ ଝାମୁମୋ ରାଜ୍ଯ ଅଧ୍ଯକ୍ଷାଙ୍କୁ ପୋଲିସ ନଜର ବନ୍ଦୀ କରିବା ଘଟଣା । ଏନେଇ ରାଇରଙ୍ଗପୁର ସହରରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ଯମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।
ସୂଚନାଯୋଗ୍ଯ ଯେ, ସୁନ୍ଦରଗଡ କୁଟ୍ରା ବ୍ଲକ ଠାରେ ଜିନ୍ଦଲ ଏବଂ ଓସିଏଲ ସିମେଣ୍ଟ କମ୍ପାନୀ ଦ୍ବାରା ଆଦିବାସୀଙ୍କ ଜମି ଅଧିଗ୍ରହଣ ବିରୋଧରେ ଜନଶୁଣାଣିରେ ସେମାନଙ୍କୁ ସମର୍ଥନ ଜଣାଇବା ପାଇଁ ରାଉରକେଲା ଗସ୍ତରେ ଯାଇଥିଲେ ଓଡିଶା ପ୍ରଦେଶ ଝାମୁମୋ ରାଜ୍ଯ ଅଧ୍ଯକ୍ଷା ଅଞ୍ଜନି ସୋରେନ । ସେଠାରେ ଅଞ୍ଜନି ସୋରେନ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତିଙ୍କ ସମେତ ଦଳୀୟ କର୍ମୀଙ୍କୁ ରାଉରକେଲାର ଏକ ହୋଟେଲରେ ପୋଲିସ ନଜର ବନ୍ଦୀ କରି ରଖିଥିଲା ।