ରାଇରଙ୍ଗପୁର:ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ମଣଦା ଗସ୍ତ । ଅତ୍ ଗୁରୁ କୋଲ୍ ଲାକୋ ବଦରାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସମାରୋହରେ ସେ ଯୋଗ ଦେଇ ଅତ୍ ଗୁରୁ ଲାକୋ ବଦରାଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅତ୍ ଗୁରୁ ଲାକୋ ବଦରାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ବଳନ କରିଥିଲେ । ଆଦିବାସୀ ହୋ ମହାସଭା ତରଫରୁ ନିମନ୍ତ୍ରଣ କରାଯାଇଥବା ବେଳେ ତିନିବର୍ଷ ପୂର୍ବରୁ ମଣଦା ଗ୍ରାମରେ ଲାକୋ ବଦରାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ ମାନ୍ୟବର ରାଜ୍ୟପାଳ ।
ମୟୂରଭଞ୍ଜ ଗସ୍ତରେ ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ - jharkhand governor visit mayurbhan
ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲାର ମଣଦା ଅଞ୍ଚଳ ଗସ୍ତ । ଏହି ଅବସରରେ ସେ ଅତ୍ ଗୁରୁ ଲାକୋ ବଦରାଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଅଧିକ ପଢନ୍ତୁ...
ପ୍ରତିଶ୍ରୁତି ପାଳନ କରିବାକୁ ଯାଇ ହୋ ଲିପି ୱାରାଙ୍ଗ ଚିତର ସ୍ରଷ୍ଟା ପଣ୍ଡିତ ଲାକୋ ବଦରାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ "ହୋ" ସମାଜର ଲିପି, ଭାଷା, ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ତାଙ୍କ ଅତୁଳନୀୟ ଅବଦାନ ଅବିସ୍ମରଣୀୟ ହୋଇ ରହିବ ବୋଲି ସେ କହିଥିଲେ । ତେବେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ସମାରୋହରେ ସାରସକଣା ବିଧାୟକ ଡ଼. ବୁଢ଼ାନ ମୁର୍ମୁ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଯଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ, କରଞ୍ଜିଆ ପୂର୍ବତନ ବିଧାୟକ ପଦ୍ମ ଲୋଚନ ହାଇବୁରୁ ପ୍ରମୁଖ ସହ ଶହଶହ ଆଦିବାସୀ ମହିଳା ପୁରୁଷ ଯୋଗ ଦେଇଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ