ରାଇରଙ୍ଗପୁର: ମୟୂରଭଞ୍ଜ ରାଇରଙ୍ଗପୁର ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ଝାଡଖଣ୍ଡି ହାତୀପଲଙ୍କ ଆତଙ୍କ । ବନଖଣ୍ଡ ଅଧୀନସ୍ଥ ବିଶୋଇ ଓ ମଣଦା ରେଞ୍ଜରେ 40 ଟିକିଆ ଝାଡଖଣ୍ଡି ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ଏହି ରେଞ୍ଜ ନିକଟସ୍ଥ ଅଞ୍ଚଳରେ ଏକର ଏକର ଜମିରେ ହାତୀପଲ ପାଚିଲା ଧାନ ଫସଲ ଖାଇଯିବା ସହ ଦଳିଚକଟି ନଷ୍ଟ କରିଥିବା ସୂଚନା ଦେଇଛି ବନ ବିଭାଗ । ଖବର ପାଇ ବନ ବିଭାଗର 3ଟି ଟିମ ହାତୀ ଘଉଡାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ରାଇରଙ୍ଗପୁର ବନଖଣ୍ଡ ଅଞ୍ଚଳରେ ଝାଡ଼ଖଣ୍ଡି ହାତୀପଲଙ୍କ ଆତଙ୍କ - elephants spreading terror in Rairangpur
ରାଇରଙ୍ଗପୁର ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ଝାଡଖଣ୍ଡ ହାତୀପଲଙ୍କ ଆତଙ୍କ । ହାତୀ ଘଉଡାଇବାକୁ ବନ ବିଭାଗର ତିନୋଟି ଟିମଙ୍କ ପ୍ରୟାସ ଜାରି । ଅଧିକ ପଢନ୍ତୁ...
ରାଇରଙ୍ଗପୁର ବନଖଣ୍ଡ ଅଞ୍ଚଳରେ ଝାଡ଼ଖଣ୍ଡି ହାତୀପଲଙ୍କ ଆତଙ୍କ
ରାଇରଙ୍ଗପୁର ବନଖଣ୍ଡ ଅଞ୍ଚଳରେ ଝାଡ଼ଖଣ୍ଡି ହାତୀପଲଙ୍କ ଆତଙ୍କ
ବର୍ତ୍ତମାନ ହାତୀପଲ ଝାରଗାଡି ଜଙ୍ଗଲରେ ଲୁଚି ରହିଥିବାବେଳେ ସନ୍ଧ୍ୟା ସୁଦ୍ଧା ହାତୀପଲଙ୍କୁ ଝାଡଖଣ୍ଡ ଆଡକୁ ଘଉଡାଇ ଦିଆଯିବ ବୋଲି ବନ ବିଭାଗ ଏସିଏଫ ସୂଚନା ଦେଇଛନ୍ତି । ଅନ୍ୟପଟେ ଏନେଇ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଆତଙ୍କିତ ଅଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ