ଓଡିଶା

odisha

By

Published : Feb 13, 2021, 9:33 PM IST

ETV Bharat / state

ଝରାଫୁଲ ମୃତ୍ୟୁ ମାମଲା, ବୃନ୍ଦେଇପୋଷି ଗାଁରେ କୁଆଖିଆ ଥାନା ପୋଲିସ

ଝରାଫୁଲ ମୃତ୍ୟୁ ମାମଲାରେ ବୃନ୍ଦେଇପୋଷି ଗାଁରେ ପହଞ୍ଚିଛି କୁଆଖିଆ ଥାନା ପୋଲିସ । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ବୃନ୍ଦେଇପୋଷି ଗାଁକୁ ଯାଜପୁର ପୋଲିସର ଏକ ଟିମ୍ ଝରାଫୁଲ ହତ୍ୟା ମାମଲାର ଅଧିକ ତଦନ୍ତ ପାଇଁ ପହଞ୍ଚିଥିଲେ । ଅଧିକ ପଢନ୍ତୁ...

ଝରାଫୁଲ ମୃତ୍ୟୁ ମାମଲା, ବୃନ୍ଦେଇପୋଷି ଗାଁରେ କୁଆଖିଆ ଥାନା ପୋଲିସ
ଝରାଫୁଲ ମୃତ୍ୟୁ ମାମଲା, ବୃନ୍ଦେଇପୋଷି ଗାଁରେ କୁଆଖିଆ ଥାନା ପୋଲିସ

ରାଇରଙ୍ଗପୁର : ଝରାଫୁଲ ମୃତ୍ୟୁ ମାମଲାରେ ବୃନ୍ଦେଇପୋଷି ଗାଁରେ ପହଞ୍ଚିଛି କୁଆଖିଆ ଥାନା ପୋଲିସ । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ବୃନ୍ଦେଇପୋଷି ଗାଁକୁ ଯାଜପୁର ପୋଲିସର ଏକ ଟିମ୍ ଝରାଫୁଲ ହତ୍ୟା ମାମଲାର ଅଧିକ ତଦନ୍ତ ପାଇଁ ପହଞ୍ଚିଥିଲେ । ଯାଜପୁର SDPO ଚିନ୍ମୟ ନାୟକ ଏବଂ କୁଆଖିଆ ପୋଲିସର ଏକ ଟିମ ବୃନ୍ଦେଇପୋଷି ଗାଁରେ ପହଞ୍ଚି ଝରାଫୁଲ ମୃତ୍ୟୁର ବିଭିନ୍ନ ଦିଗକୁ ଗାଁ ଲୋକଙ୍କ ଠାରୁ ପଚାରି ବୁଝିବା ସହିତ ଘଟଣା ଦିନ ଏବଂ ଘଟଣାର ପୂର୍ବରୁ ଘର ଲୋକଙ୍କ ସହିତ କ’ଣ କଥା ହୋଇଥିଲେ ଝରାଫୁଲ ସେନେଇ ଝରାଫୁଲ ବାପା ମାଙ୍କୁ ଯାଜପୁର ପୋଲିସ ପଚାରିଥିଲା । ଏହା ସହିତ ସେଠାରେ ପୂର୍ବରୁ ରାକେଶ ସ୍ୱାଇଁ ରହିଥିବା ରାମଚନ୍ଦ୍ର ନାୟକ ଘରକୁ ଯାଇ ବିଭିନ୍ନ ଦିଗ ତଦନ୍ତ କରିବା ସହିତ ସେହି ଗାଁରେ ରାକେଶ ପୂଜା କରିଥିବାବେଳେ ସେନେଇ ସୁଷମା ନାୟକଙ୍କୁ ମଧ୍ୟ ପଚରାଉଚରା କରିଥିଲେ ।

ଝରାଫୁଲ ମୃତ୍ୟୁ ମାମଲା, ବୃନ୍ଦେଇପୋଷି ଗାଁରେ କୁଆଖିଆ ଥାନା ପୋଲିସ

ରାକେଶ କ'ଣ ପାଇଁ ପୂଜା କରିଥିଲେ ସେ ଦିଗରେ ମଧ୍ୟ ତଦନ୍ତ କରିଥିଲା ଯାଜପୁର ପୋଲିସ । ଏଥି ସହିତ ସୁଷମା ନାୟକଙ୍କୁ ରାକେଶ କହିଥିବା ସମସ୍ତ ତଥ୍ୟ ପୋଲିସକୁ ସୁଷମା ନାୟକ ସୂଚନା ଦେଇଥିଲେ । ତେବେ ଘଟଣା ସମ୍ପର୍କରେ ପୋଲିସ ଗାଁ ଲୋକଙ୍କ ଠାରୁ ସୂଚନା ପାଇଥିଲେ ମଧ୍ୟ ଝରାଫୁଲ ମୃତ୍ୟୁର ସଠିକ କାରଣ କ’ଣ ତାହା କହି ପାରିନଥିଲେ । ଓଲଟି ସେ ଆଶ୍ବାସନା ଦେଇ କହିଛନ୍ତି ସମ୍ପୃକ୍ତ ହତ୍ୟା ଘଟଣାରେ ଯିଏ ଦୋଷୀ ସେ ନିଶ୍ଚିତ ଦଣ୍ଡ ପାଇବ । ହେଲେ ଝରାଫୁଲଙ୍କ ବାପା ପ୍ରଶ୍ନ କରିଛନ୍ତି କେବେ ତାଙ୍କୁ ନ୍ୟାୟ ମିଳିବ ? ସେପଟେ ଝରାଫୁଲ ମୃତ୍ୟୁ ଅନେକ ଦିନ ବିତି ଯାଇଥିଲେ ବି କାହା ଚାପରେ ପୋଲିସ ଓ କାହିଁକି ମୃତ୍ୟୁ ରହସ୍ୟ ସାର୍ବଜନୀନ କରୁନି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details