ଓଡିଶା

odisha

ETV Bharat / state

ଗୋଚାଲାଣ ଗୁଳିମାଡ଼ ଘଟଣା: ଯଶିପୁରରେ ପାଞ୍ଚ ଘଣ୍ଟିଆ ବନ୍ଦ ପାଳନ - ମୟୂରଭଞ୍ଜ ଖବର

ମୟୂରଭଞ୍ଜରେ ଗୋ-ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ ପ୍ରତିବାଦରେ ସୋମବାର ଯଶିପୁରରେ ପାଞ୍ଚ ଘଣ୍ଟିଆ ବନ୍ଦ ପାଳନ । ଅଧିକ ପଢନ୍ତୁ

ଗୋଚାଲାଣ ଗୁଳିମାଡ଼ ଘଟଣା: ଯଶିପୁରରେ ପାଞ୍ଚ ଘଣ୍ଟିଆ ବନ୍ଦ ପାଳନ
ଗୋଚାଲାଣ ଗୁଳିମାଡ଼ ଘଟଣା: ଯଶିପୁରରେ ପାଞ୍ଚ ଘଣ୍ଟିଆ ବନ୍ଦ ପାଳନ

By

Published : May 23, 2022, 12:56 PM IST

Updated : May 23, 2022, 1:19 PM IST

ରାଇରଙ୍ଗପୁର: ଗୋ-ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ ପ୍ରତିବାଦରେ ସୋମବାର ଯଶିପୁରରେ ପାଞ୍ଚ ଘଣ୍ଟିଆ ବନ୍ଦ ପାଳନ । ଗୁଳିମାଡ଼ ପ୍ରତିବାଦରେ ବିଭିନ୍ନ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା । ସକାଳ ୭ ରୁ ଦିନ ୧୨ ଟା ପର୍ଯ୍ୟନ୍ତ ପାଞ୍ଚ ଘଣ୍ଟା ଯାଏଁ ଦୋକାନ ବଜାର ବନ୍ଦ ରଖାଯାଇଛି । ଏଥିସହ ଗାଡି ଚଳାଚଳ ମଧ୍ୟ ସମ୍ପୁର୍ଣ୍ଣ ଠପ୍‌ ରହିଛି । ବେଧଡକ ଗୋଚାଲାଣ (Cattle Smuggling) ବନ୍ଦ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

ତେବେ ଯଶିପୁର ଦେଇ ୪୯ ନମ୍ବର ଜାତୀୟ ରାଜପଥ ଯାଇଥିବାରୁ ଏକାଧିକ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି । ଫଳରେ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସୂଚନା ଅନୁଯାୟୀ, ଶନିବାର ଦିନ ଗୋ-ଚାଲାଣ ନେଇ ଖବର ପାଇ ଦେବସେନାର ଗୋସୁରକ୍ଷା କର୍ମୀମାନେ ଯଶିପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରେ ଥିବା ବେଗନା ଟୋଲ ପ୍ଲାଜା ନିକଟରେ ଜଗି ରହିଥିଲେ । ନୀରିହ ଗୋରୁଙ୍କୁ କୋଲକାତାକୁ ଚାଲାଣ ହେଉଥିବାବେଳେ କଣ୍ଟେନରକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ଗୋସୁରକ୍ଷା କର୍ମୀ ।

ଗୋଚାଲାଣ ଗୁଳିମାଡ଼ ଘଟଣା: ଯଶିପୁରରେ ପାଞ୍ଚ ଘଣ୍ଟିଆ ବନ୍ଦ ପାଳନ

ଏହାବି ପଢନ୍ତୁ:ଗୋ ସୁରକ୍ଷାକାରୀଙ୍କୁ ମାଫିଆଙ୍କ ଗୁଳିମାଡ଼ ଘଟଣା, ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ଫଳରେ ସେଠାରେ ଉଭୟ ପକ୍ଷରୁ ପାଟିତୁଣ୍ଡ ହୋଇଥିଲା ଓ ଗଣ୍ତଗୋଳର ରୂପ ନେଇଥିଲା । ତେବେ ଏହା ଉଗ୍ର ରୂପ ନେଇଥିଲା ଓ ଗୋ ମାଫିଆମାନେ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ଏଥିରେ ଦୁଇ ଗୋସୁରକ୍ଷାକର୍ମୀ ଗୁରୁତର ଭାବେ ଆହତ ହୋଇଥିଲେ । ସେପଟେ ଯଶିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଥିଲା । କରଞ୍ଜିଆ SDPOଙ୍କ ତତ୍ବାବଧାନରେ ଯଶିପୁର ପୋଲିସ ମାଫିଆଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ତେବେ ,ଏହି ଘଟଣାରେ ମୋଟ ୧୪ ଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : May 23, 2022, 1:19 PM IST

ABOUT THE AUTHOR

...view details